ଚାଲିଛି ବେଧଡ଼କ ବାଲି ଚୋରି

ଚାଲିଛି ବେଧଡ଼କ ବାଲି ଚୋରି। ଖୁଲମଖୁଲା ବୈତରଣୀ ନଦୀପଠାରୁ ବାଲିମାଫିଆଙ୍କ ବେଆଇନ ବାଲି ଉଠାଣ ଓ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏଥିଲାଗି ନଦୀ ତଟରେ ବାସ କରୁଥିବା ଲୋକଙ୍କ ଜୀବନ ଜୀବିକା ପ୍ରତି ବିପଦ ବଢ଼ିଚାଲିଛି। ଏହାସହ ନଦୀପଠାରେ ବିରାଟ ବିରାଟ ଖାଦାନ ଲାଗି ନିକଟସ୍ଥ ବଲ୍ଲଭି ଘାଟ ପୋଲକୁ ବି ବିପଦ ବଢ଼ିଛି। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକର ମଣିନାଥପୁର ଗାଁରେ ଏଭଳ ବେଆଇନ ବାଲି ଉଠାଣକୁ ନେଇ ତୀବ୍ର ଅସନ୍ତୋଷ ବ୍ୟାପିଲାଣି। ଶହ ଶହ ଟ୍ରକ୍ ବାଲିଉଠାଣ ଚାଲିଛି। ଆଉ ଯେଉଁ ରାସ୍ତାରେ ଟ୍ରକ୍ ଯାଉଛି, ସେଠାରେ ପ୍ରତିବନ୍ଧକ ସାଜୁଥିବା ଗାଁର ଦୁଇ ତିନୋଟି ଘରର ଟ୍ୟୁଓ୍ୱେଲ ଓ ଘରକୁ ବି ଜେସିବି ଜରିଆରେ ତାଡ଼ି ଫୋପାଡ଼ି ଦେଇଥିବା ଅଭିଯୋଗ ହୋଇଛି। ପାଖରେ ଥିବା ଖେଳ ପଡିଆ କ୍ରମଶଃ ସଂକୁଚିତ ହୋଇ ଗଲାଣି। ନଦୀପଥ ବଦଳିବାର ଆଶଙ୍କା ବି ରହିଲାଣି। ପ୍ରତିବାଦ କଲେ ବାଲିମାଫିଆଙ୍କ ଧମକର ଶୀକାର ହେବାକୁ ପଡ଼ୁଛି।

ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ୱ ହାନି ସାଙ୍ଗକୁ ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ୁଥିବା ଦେଖି ଭଦ୍ରକ ମାଇନିଂ ଅଧିକାରୀ ଶୁକ୍ରବାର ଘଟଣାସ୍ଥଳରେ ପହଞ୍ଚି ୩ ରୁ ୪ ଟି ଟ୍ରକ ଉପରେ ଫାଇନ କରିବା ସହିତ ଗୋଟାଏ ଜେସିବି ମେସିନକୁ ଜବତ କରିଛନ୍ତି। ଆବଶ୍ୟକୀୟ କର୍ମଚାରୀ ଅଭାବ ଯୋଗୁଁ ବାଲି ମାଫିଆଙ୍କ ଉପରେ ନିୟନ୍ତ୍ରଣ ରଖା ଯାଇପାରୁନି ବୋଲି ମାନିଛନ୍ତି ଅଧିକାରୀ। ସେଥିଲାଗି ବାଲି ଚୋରା ଚାଲାଣ ରୋକିବା ସମ୍ଭବପର ହେଉନି। ସବୁ ଫୋରମରେ ଫେରାଦ୍ ହୋଇସାରିଲେଣି ଗ୍ରାମବାସୀ। ବେଆଇନ ବାଲିଉଠାଣ ଉପରେ ରୋକ୍ ଲଗାଇବା ସହ ବାଲିମାଫିଆଙ୍କୁ ସାବାଡ଼ କରିବାକୁ ପ୍ରଶାସନ ବିବିହ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *