୨୩ ବର୍ଷର ଶିକ୍ଷୟତ୍ରୀଙ୍କ ପ୍ରେମରେ ପଡ଼ିଲେ ୧୧ ବର୍ଷର ଛାତ୍ର। ପଞ୍ଚମ ଶ୍ରେଣୀର ଛାତ୍ରଙ୍କୁ ବର୍ଷେ ହେଲା ଟ୍ୟୁସନ କରୁଥିଲେ ଶିକ୍ଷୟତ୍ରୀ ଜଣକ। ଆଉ ଏହାରି ଭିତରେ ପଢ଼ାଉ ପଢ଼ାଉ ପ୍ରେମ କରି ବସିଥିଲେ। ୪ ଦିନ ହେଲା ଛାତ୍ର ଜଣକୁ ଧରି ଶିକ୍ଷୟତ୍ରୀ କୁଆଡ଼େ ଫେରାର୍ ହୋଇଯାଇଛନ୍ତି। ଗୁଜରାଟରୁ ଆସିଛି ଏଭଳି ଅଭାବନୀୟ ଘଟଣା। ଏହା ଅପହରଣ ନା ପ୍ରେମପ୍ରସଙ୍ଗ ନା ଆଉ କିଛି। ନାବାଳକ ଛାତ୍ର ଓ ତାଙ୍କ ଟ୍ଯୁସନ ଶିକ୍ଷୟତ୍ରୀଙ୍କୁ ଠାବ କରିବାକୁ ତନାଘନା ଜାରି ରଖିଛି ପୁଲିସ। ଛାତ୍ର ଓ ଶିକ୍ଷୟତ୍ରୀ ଦୁହେଁ ଗୋଟିଏ ସୋସାଇଟିରେ ରହୁଥିଲେ। ଯେଉଁ ସ୍କୁଲରେ ଛାତ୍ର ଜଣକ ପଢ଼ନ୍ତି, ସେଠାରେ ଶିକ୍ଷକତା କରିବା ସହ ଛାତ୍ରଙ୍କର ଟ୍ଯୁସନ ଶିକ୍ଷୟତ୍ରୀ ବି ଥିଲେ। ଛାତ୍ରର ପିତାଙ୍କ ଅଭିଯୋଗ ଆଧାରରେ ସୁରାଟ ପୁଲିସ ତଦନ୍ତ ଆରମ୍ଭ କରିଛି। ଏପ୍ରିଲ ୨୫ରେ ନିଜ ଦୋକାନ ବନ୍ଦ କରି ଦ୍ୱିପ୍ରହରରେ ଖାଇବାକୁ ଘରକୁ ଯାଇଥିଲେ ଛାତ୍ରଙ୍କ ପିତା। ସେତେବେଳେ ତାଙ୍କର ଦୁଇ ପୁଅ ଘରେ ଖେଳୁଥିଲେ। ଖାଇକି ଦୋକାନକୁ ଫେରିବା ବେଳେ ବଡ଼ ପୁଅ ତଳକୁ ଖେଳିବାକୁ ଯାଇଥିଲା। ପରେ ତାଙ୍କ ପତ୍ନୀ ୩ ଟାରେ ଫୋନ୍ କରି କହିଥିଲେ ଯେ, ତାଙ୍କର ବଡ଼ ପୁଅ ଘରକୁ ଆସିନି। ଖେଳୁଥିବ, ଘରକୁ ଫେରିଆସିବ ବୋଲି ପତ୍ନୀଙ୍କୁ ବୁଝାଇଦେଇଥିଲେ। କିନ୍ତୁ ସଂଧ୍ୟା ୫ଟା ଯାଏ ପୁଅ ଘରକୁ ଫେରିଲାନି। ଚାରିଆଡ଼େ ଖୋଜାଖୋଜି ପରେ କୌଣସି ସନ୍ଧାନ ମିଳିନଥିଲା। ସ୍କୁଲ ଛୁଟି ଥିବାରୁ ସ୍କୁଲରୁ ବି କୌଣସି ସୂଚନା ମିଳିବାର ସମ୍ଭାବନା ନଥିଲା। ଏହା ପରେ ସୋସାଇଟିର ସିସିଟିଭି ଫୁଟେଜ୍ ଚେକ୍ କରିବାରୁ ଜଣାପଡ଼ିଲା ଯେ, ତାଙ୍କ ପୁଅ ସହ ସଂପୃକ୍ତ ଶିକ୍ଷୟତ୍ରୀ ହାତ ଧରି ଯାଉଛନ୍ତି। ଏହା ପରେ ଶିକ୍ଷୟତ୍ରୀଙ୍କୁ ଫୋନ୍ କରି ଜାଣିବାକୁ ଚାହିଁବାରୁ ତାଙ୍କ ଫୋନ୍ ବନ୍ଦ ଥିଲା। ପୁଲିସ ଏ ମାମଲାର ଛାନଭିନ୍ ଆରମ୍ଭ କରିଛି। କିଏ କହୁଛି ପ୍ରେମରେ ପଡ଼ି ପଳେଇଲେ ତ କିଏ କହୁଛି ଆଉ କିଛି କାରଣ ଥାଇପାରେ। ତେବେ ଉଭୟଙ୍କୁ ଠାବ ପରେ ଅସଲ କଥା ଜଣାପଡ଼ିବ।

Naxatra News is now on Whatsapp
Join and get latest news update delivered to you via whatsapp
Join Now