ଝାରସୁଗୁଡ଼ାରେ ସେକ୍ସ ରାକେଟ ଠାବ, ୧୪ ଜଣ ପୁରୁଷ ଗ୍ରାହକ ଗିରଫ, ୧୩ ଯୁବତୀ ଉଦ୍ଧାର

Spread the love

ଝାରସୁଗୁଡ଼ା : ଝାରସୁଗୁଡ଼ାରେ ସେକ୍ସ ରାକେଟ ଠାବ ହୋଇଛି । ପଞ୍ଚପଡ଼ାର ଏକ ହୋଟେଲରେ ଚଢ଼ଉ କରି ଏହି ରାକେଟକୁ ଠାବ କରିଛି ପୋଲିସ । ଏହି ହୋଟେଲରେ ସେକ୍ସ ରାକେଟ ଚାଲିଥିବା ନେଇ କୌଣସି ସୂତ୍ରରୁ ଖବର ପାଇବା ପରେ ଝାରସୁଗୁଡ଼ା ଟାଉନ୍ ଥାନା ପୋଲିସ   ପକ୍ଷରୁ ଏକ ଟିମ୍ ଗତକାଲି ରାତିରେ ସେଠାରେ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ୧୪ ଜଣ ପୁରୁଷ ଗ୍ରାହକଙ୍କୁ ପୋଲିସ ଗିରଫ କରିବା ସହ ୧୩ ଜଣ ଯୁବତୀଙ୍କୁ ସେଠାରୁ ଉଦ୍ଧାର କରିଛି । ଏଥିସହ ସମ୍ପୃକ୍ତ ହୋଟେଲରୁ ବହୁ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି । 

Leave a Reply

Your email address will not be published. Required fields are marked *