ଏକ୍ସପ୍ରେସ ଓ୍ୱରେ ମହିଳା ସହ ଯୌନସମ୍ୱନ୍ଧ ରଖି ଅଡ଼ୁଆରେ ନେତା। ଦିଲ୍ଲୀ-ମୁମ୍ୱାଇ ଏକ୍ସପ୍ରେସ ଓ୍ୱେରେ ଜଣେ ମହିଳାଙ୍କ ସହ ଯୌନସମ୍ପର୍କ ରଖିଥିଲେ ମଧ୍ୟପ୍ରଦେଶ ଇନ୍ଦୋରର ଜଣେ ନେତା। ନେତାଙ୍କ ନାଁ ମନୋହରଲାଲ ଧାକଡ଼। ଏହାର ଭିଡ଼ିଓ ଭାଇରାଲ ହୋଇଥିଲା। ପୁଲିସ ମନୋହରଙ୍କ ବିରୁଦ୍ଧରେ ଏତଲା ରୁଜୁ କରିଛି। ମନୋହର ବିଜେପିର ନେତା କୁହାଯାଉଛି। ବିଜେପି କହିଛି, ଭିଡିଓରେ ଥିବା ବ୍ୟକ୍ତି ଦଳର ପ୍ରାଥମିକ ସଦସ୍ୟ ନୁହନ୍ତି। ଅଭିଯୁକ୍ତ ମନୋହରଙ୍କ ପତ୍ନୀ ବିଜେପି ସମର୍ଥିତ ଜିଲ୍ଲା ପଞ୍ଚାୟତ ସଦସ୍ୟ ଅଛନ୍ତି। ଭାନପୁରା ପୁଲିସ ଅଭିଯୁକ୍ତ ମନୋହରଙ୍କ ବିରୁଦ୍ଧରେ ମାମଲା କରିଛି। ଦିଲ୍ଲୀ-ମୁମ୍ୱାଇ ଏକ୍ସପ୍ରେସ ଓ୍ୱେରେ ସାର୍ବଜନୀକ ରୂପରେ ଜଣେ ମହିଳାଙ୍କ ସହ ଯୌନସମ୍ୱନ୍ଧର ଭିଡ଼ିଓ ଭାଇରାଲ ହୋଇଥିଲା। ସିସିଟିଭି ଫୁଟେଜରେ ଦେଖାଯାଇଥିଲା ଯେ, ଜଣେ ବ୍ୟକ୍ତି କାରକୁ ରାସ୍ତା କଡ଼ରେ ଛିଡ଼ା କରିଥିଲେ। କାର ଭିତରୁ ଜଣେ ପୁରୁଷ ଓ ମହିଳା ବାହାରିଥିଲେ। ଆଉ ରାସ୍ତାରେ ହିଁ ଶାରୀରିକ ସମ୍ପର୍କ ରଖିବାକୁ ଲାଗିଲେ। କାରର ନମ୍ୱର ବି ସିସିଟିଭିରେ ସ୍ପଷ୍ଟ ଦେଖାଯାଉଥିଲା। ଯାହାର ନମ୍ୱର ଏମପି ୧୪ ସିସି ୪୭୮୨ ଅଟେ। ପରିବହନ ବିଭାଗର ରେକର୍ଡ ଅନୁସାରେ ଏ ଗାଡ଼ିର ରେଜିଷ୍ଟ୍ରେସନ ମନୋହରଲାଲ ଧାକଡ଼ଙ୍କ ନାଁରେ ରହିଛି। ସିସିଟିଭିରେ ଏ ପୁରା ଘଟଣା ମେ ୧୩ ରାତି ୮ଟା୨୬ର ରେକର୍ଡ କୁହାଯାଉଛି। ଏଭଳି ଅଶ୍ଳୀଳ କୃତ୍ୟ ପରେ ଧାକଡ଼ ମହାସଭାର ରାଷ୍ଟ୍ରୀୟ ମନ୍ତ୍ରୀ ଥିବା ମନୋହରଙ୍କୁ ପଦରୁ ହଟାଇଦିଆଯାଇଛି। ଏଭଳି କାଣ୍ଡ ପରେ ମନୋହର ଗାଏବ ହୋଇଯାଇଛନ୍ତି। ତାଙ୍କ ଫୋନ ବି ସ୍ୱିଚଅଫ୍ ଦେଖାଉଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now