ସ୍ୱାମୀ ସହ ଯୌନସୁଖ ନ ମିଳିବାରୁ ମର୍ଡର!

ଯୌନସମ୍ପର୍କକୁ ନେଇ ଅସନ୍ତୁଷ୍ଟରୁ ସ୍ୱାମୀଙ୍କୁ ମର୍ଡର କରିଦେଲା ପତ୍ନୀ। ଦିଲ୍ଲୀରେ ଏଭଳି ଅଭାବନୀୟ ଘଟଣା ଘଟିଛି। ୨୯ ବର୍ଷୀୟା ମହିଳାଙ୍କ ଏଭଳି କାରନାମାକୁ ନେଇ ସବୁଠି ହଇଚଇ। ଆଉ ଏହାକୁ ଆତ୍ମହତ୍ୟା ଦେବାର ରୂପ ଦେବାକୁ ବସିଥିଲେ। ରବିବାର ସଂଧ୍ୟାରେ ଦିଲ୍ଲୀର ନିହାଲ ବିହାରରେ ଏଭଳି ଘଟଣା ଘଟିଛି। ସ୍ୱାମୀଙ୍କ ସମ୍ପର୍କୀୟ ଭାଇଙ୍କ ସହ ପରକୀୟାପ୍ରୀତି ଓ ତା ସାଙ୍ଗକୁ ସ୍ୱାମୀ ଯୌନସୁଖ ଦେଇପାରୁନଥିବାରୁ ଏଭଳି ହତ୍ୟାକାଣ୍ଡ ଘଟିଛି। ଅଭିଯୁକ୍ତର ନାଁ ଫରଜାନା ଖାନ୍। ମୃତକଙ୍କ ନାଁ ମହମ୍ମଦ ସାହିଦ୍ ଓରଫ୍ ଇରଫାନ୍। ଇରଫାନ୍ ସହ ଫରଜାନାଙ୍କ ସହ ସମ୍ପର୍କ ଠିକ୍ ନଥିଲା। ପୁଲିସକୁ ଅଭିଯୁକ୍ତ ଫରଜାନା କହିଥିଲେ, ତାଙ୍କ ସ୍ୱାମୀ ତାଙ୍କୁ ଯୌନସୁଖ ଦେଇପାରୁନଥିଲେ। ଏଥିଲାଗି ସ୍ୱାମୀଙ୍କ ସମ୍ପର୍କୀୟ ଭାଇଙ୍କ ସହ ତାଙ୍କର ସମ୍ପର୍କ ବଢ଼ିଥିଲା। ଏହା ସହ ଅନଲାଇନ ଜୁଆ ଖେଳି କରଜରେ ବୁଡ଼ିଥିଲେ ସ୍ୱାମୀ। ଫରଜାନା ସ୍ୱୀକାରୋକ୍ତିରୁ ଜଣାପଡ଼ିଛି ଯେ, ସେ ଏ ବିବାହରେ ଖୁସି ନଥିଲା। ନା ଶାରୀରିକ ସୁଖ ମିଳୁଥିଲା ନା ଆର୍ଥିକ ଖୁସି। ବରେଲିରେ ରହୁଥିବା ସ୍ୱାମୀଙ୍କ ସମ୍ପର୍କୀୟ ଭାଇକୁ ସେ ଏହାରି ଭିତରେ ଭଲ ପାଇ ବସିଥିଲେ। ତେବେ ମର୍ଡର କରି ଏହାକୁ ଆତ୍ମହତ୍ୟାର ରୂପକୁ ପୁଲିସ ଧରିଦେଇଥିଲା। ଯେତେବେଳେ ଫରଜାନାର ଫୋନ ମେସେଜରେ ଲେଖାଥିଲା, ଜଣେ ବ୍ୟକ୍ତିକୁ ମାରିବାକୁ ଯାଉଛି। ଦିଲ୍ଲୀରେ ରହୁଥିଲେ ଦମ୍ପତ୍ତି। କିନ୍ତୁ ୟୁପିର ବରେଲିର ମୂଳବାସିନ୍ଦା। ରବିବାର ସଂଧ୍ୟାରେ ସଞ୍ଜୟଗାନ୍ଧୀ ହସ୍ପିଟାଲକୁ ସାହିଦଙ୍କ ଶବକୁ ତାଙ୍କ ଭାଇ ଆଣିକି ଆସିଥିଲେ। ପୁଲିସ ଘଟଣା ବାବଦରେ ପଚାରିବାରୁ ତାଙ୍କ ଭାଇ କହିଥିଲେ, ସେ ଆତ୍ମହତ୍ୟା କରିଦେଲେ। ଯେହେତୁ ଅନଲାଇନ ଜୁଆରେ କରଜରେ ବୁଡିଥିଲେ ବୋଲି ଭାଉଜ ଫରଜାନା ତାଙ୍କୁ କହିଛନ୍ତି। କିନ୍ତୁ ସାହିଦର ଶରୀରରେ ୩ଟି କ୍ଷତ ଦେଖି ପୁଲିସର ସନ୍ଦେହ ହୋଇଥିଲା। ସାହିଦ ନିଜକୁ ନିଜେ ଛୁରୀ ଭୂଷି ଆତ୍ମହତ୍ୟା କରିଦେଲା ବୋଲି ଆରମ୍ଭରୁ ପୁଲିସକୁ ଭ୍ରମରେ ରଖିବାକୁ ଚାହୁଁଥିଲା ଫରଜାନା। ହେଲେ ଶବ ବ୍ୟବଛେଦ ରିପୋର୍ଟ ସ୍ପଷ୍ଟ କରିଦେଲା ଏହା ଏକ ମର୍ଡର। ଫରଜାନାର ଫୋନ ଡିଟେଲ୍ସରୁ ଜଣାପଡ଼ିଥିଲା, ସ୍ଲିପିଂ ପିଲ୍ସ ଦେଇ ସେ ସାହିଦକୁ ମାରିବାକୁ ଯାଉଛନ୍ତି ବୋଲି ଇନଷ୍ଟାଗ୍ରାମ ଚାଟ୍ ହିଷ୍ଟ୍ରିରେ ଥିଲା। କିନ୍ତୁ ଏହା ପୂର୍ବରୁ ଡିଲିଟ୍ ହୋଇଥିଲା। ପୁଲିସ ଫରଜାନାଙ୍କୁ ଗିରଫ କରିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *