ଶର୍ମିଷ୍ଠା ପନୋଲିଙ୍କୁ ମିଳିଲା ଜାମିନ୍। କୋଲକାତା ହାଇକୋର୍ଟ ଆଜି ୟୁଟ୍ୟୁବର ଶର୍ମିଷ୍ଠାଙ୍କୁ ଜାମିନ୍ ଦେଇଛନ୍ତି। ଆଇନ ଛାତ୍ରୀ ଶର୍ମିଷ୍ଠା ସାମ୍ପ୍ରଦାୟିକ ଉତ୍ତେଜନା କଲା ଭଳି ଭିଡ଼ିଓ ପୋଷ୍ଟ ମାମଲାରେ ଗିରଫ ହୋଇଥିଲେ। ଆଉ ବିଚାର ବିଭାଗୀୟ ହାଜତରେ ଥିଲେ। ଆଉ ଆଜି କୋଲକାତା ହାଇକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି। ଅପରେସନ ସିନ୍ଦୂର ପରେ ସାମ୍ପ୍ରଦାୟିକତା ଉତ୍ତେଜନା ଭଳି ପୋଷ୍ଟ କରିଥିଲେ ଶର୍ମିଷ୍ଠା। ବିରୋଧ ପରେ ଅବଶ୍ୟ ଏହାକୁ ହଟାଇଦେଇଥିଲେ। ଆଉ ବିବାଦ ବଢ଼ିବା ପରେ କ୍ଷମା ବି ମାଗିଥିଲେ। କିନ୍ତୁ କୋଲକାତା ପୁଲିସ ତାଙ୍କୁ ଗିରଫ କରିଥିଲା। ଜୁନ୍ ୩ରେ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ ହାଇକୋର୍ଟ। ଏହା ପରେ ହାଇକୋର୍ଟ ଜଷ୍ଟିସ ପାର୍ଥସାରଥୀ ଚାଟାର୍ଜୀଙ୍କୁ ଅନେକ ବେନାମୀ ଓ ଫେକ୍ ଆକାଉଣ୍ଟରୁ ଜୀବନରେ ମାରିବାକୁ ଧମକ ସହ ତାଙ୍କ ବିରୁଦ୍ଧରେ ଅଭଦ୍ର ଟିପ୍ପଣୀ କରିଥିଲେ ଅନେକ। ୟୁଜର୍ସଙ୍କ ଭିତରୁ କିଏ କହିଥିଲା, ପାର୍ଥଙ୍କୁ କମ୍ୱଳ ଜରୁରୀ। ହିନ୍ଦୁଙ୍କୁ ଭାରତରେ ଅଜ୍ଞାତ ବନ୍ଧୁକଧାରୀ ଦରକାର। ଆଉ କିଏ ସିଧା ସିଧା କିଲ୍ ପାର୍ଥସାରଥୀ ଚାଟାର୍ଜୀ ଲେଖିଥିଲା। ଏ ସବୁ ଫେକ୍ ହ୍ୟାଣ୍ଡେଲରୁ କରାଯାଇଥିଲା। ଅନେକ ଆନିମେଟେଡ୍ ଅବତାର, ଖେଳାଳୀଙ୍କ ଫଚୋ ଓ କିଛି ପ୍ରତୀକାତ୍ମକ ଫଟୋ ଲଗାଇ ଏଭଳି ଧମକ ଦେଇଥିଲେ। ବରିଷ୍ଠ ଓକିଲ ଉଜ୍ୱଳ ନିଗମ କହିଛନ୍ତି, ଏଭଳି ବିଚାରପତିଙ୍କ ଉପରେ ଆକ୍ରମଣ ଠିକ୍ ନୁହେଁ। ଏହା ନ୍ୟାୟିକ ପ୍ରକ୍ରିୟାକୁ ଭୟଭୀତ କରିବା ଓ ଚପାଇବାକୁ ହୀନ ଉଦ୍ୟମ ଅଟେ। ଏଭଳି ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ ଜରୁରୀ।

Naxatra News is now on Whatsapp
Join and get latest news update delivered to you via whatsapp
Join Now