ସୁଟିଂ କୋଚ୍ କାରନାମା- ଶତାଧିକ ଝିଅଙ୍କୁ ଯୌନଶୋଷଣ କରି କରୁଥିଲା ବ୍ଲାକମେଲିଂ

ସୁଟିଂ ଏକାଡେମୀର କୋଚଙ୍କ ଜଘନ୍ୟ କାମ। କୋଚଙ୍କ କଳାକାରନାମା ଯିଏ ଶୁଣୁଛି, ମୁଣ୍ଡରେ ହାତ ଦେଉଛି। ଇନ୍ଦୋରରେ ଏକ ସୁଟିଂ ଏକାଡେମିର କୋଚ୍ ମୋହସିନ୍ ଖାନ୍ ଶତାଧିକ ହିନ୍ଦୁ ଝିଅଙ୍କୁ ଲଭ ଜିହାଦର ଟ୍ରାପରେ ପକାଇଥିବା ଅଭିଯୋଗ ହୋଇଛି। ଅନେକ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲା। ସେମାନଙ୍କର ଅଶ୍ଳୀଳ ଭିଡିଓ କରି ବ୍ଲାକମେଲିଂ କରୁଥିବାର ସଙ୍ଗୀନ ଆରୋପ ଆସିଛି। ମୋହସିନ ମୋବାଇଲରୁ ବି ଅନେକ ଅଶ୍ଲୀଳ ଭିଡ଼ିଓ ଓ ଫଟୋ ମିଳିଛି। ଛାତ୍ରୀଙ୍କ ସହ ଅଶ୍ଲୀଳ ହରକତର ଫଟୋ ଓ ଭିଡିଓ ମିଳିଛି ପୁଲିସକୁ। ଅଭିଯୁକ୍ତ ସୁଟିଂ କୋଚ୍ ମୋହସିନ୍ ଖାନକୁ ପୁଲିସ ଗିରଫ କରିଛି। ଛାତ୍ରୀଙ୍କୁ ଯୌନଶୋଷଣ କରୁଥିଲା ମୋହସିନ୍। ଇନ୍ଦୋରର ଡ୍ରିମ୍ ଅଲମ୍ପିକ ସୁଟିଂ ଏକାଡେମୀରେ ଛାତ୍ରୀଙ୍କ ସହ ଅସଦାଚରଣ ଓ ଧମକ ଦେଉଥିବା ନେଇ ଜଣେ ଛାତ୍ରୀ କୋଚ୍ ମୋହସିନଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ। ମୁହଁ ଖୋଲିଲେ ଛାତ୍ରୀଙ୍କ କ୍ୟାରିଅର ବରବାଦ କରିଦେବ ବୋଲି ଧମକ ଦେଉଥିଲା। ମଙ୍ଗଳବାର ରାତିରେ ହିନ୍ଦୁ ସଂଗଠନ କାର୍ଯ୍ୟକର୍ତ୍ତା ଥାନାରେ ପହଞ୍ଚି ହଙ୍ଗାମା କରିଥିଲା। ଏହା ପରେ ମୋହସିନ ବିରୁଦ୍ଧରେ ପୋକ୍ସୋ ଆକ୍ଟ ସମେତ ଅନ୍ୟ ଧାରାରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ମୋହସିନର ଭାଇ ରାଉ କ୍ଷେତ୍ରରେ ଏକ ପ୍ରତିଷ୍ଠିତ ସ୍କୁଲରେ ବି ସୁଟିଂ କୋଚ୍ ଅଟେ। ଛାତ୍ରୀ ନିଜ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସେ ୨୦୨୧ରୁ ନଭେମ୍ୱର ୨୦୨୩ ଯାଏ ଏକାଡେମୀରେ ସୁଟିଂର ତାଲିମ୍ ନେଇଥିଲେ। ଦୈନିକ ସକାଳ ୧୨ଟାରୁ ସଂଧ୍ୟା ୬ଟା ଯାଏ ପ୍ରାକ୍ଟିସ କରୁଥିଲେ। ରାଇଫଲ ଧରିବା ବାହାନାରେ ମୋହସିନ ତାଙ୍କ ଶରୀରକୁ ଛୁଉଁଥିଲା। ଏହାକୁ ବିରୋଧ କରିବାରୁ ତାଙ୍କ କ୍ୟାରିଅର ବରବାଦ କରିବାକୁ ଧମକ ଦେଇଥିଲେ। ଏହି ଡରରେ ଛାତ୍ରୀ ଜଣକ ଏକାଡେମୀ ଯିବା ବନ୍ଦ କରିଦେଇଥିଲେ। କିନ୍ତୁ ଝିଅ ଏକାଡେମୀ ଯିବା କାହିଁକି ବନ୍ଦ କଲା ବୋଲି ମାଆ ପଚାରିବାରୁ ପୁରା ଘଟଣା କହିଥିଲେ। ଯେହେତୁ ଝିଅଟିର ବାପା ସାଙ୍ଗରେ ରହୁନଥିଲେ ଓ ସାମାଜିକ ବଦନାମି କାରଣରୁ ସେ ବି ଏ ମାମଲାକୁ ଆଗକୁ ନେବାକୁ ଚାହିଁଲେନି। ଆଉ ପରେ ଯେତେବେଳେ ଜଣାପଡ଼ିଲା ଯେ, ମୋହସିନର ଚରିତ୍ର ପୂର୍ବରୁ ହିଁ ସନ୍ଦେହଜନକ ଓ ବହୁ ଝିଅଙ୍କ ସହ ଏମିତି ଜଘନ୍ୟ କାମ କରିଛି। ଏଥିରୁ ସାହାସ ପାଇ ନିଜ ସମ୍ପର୍କୀୟ ଓ କିଛି ହିନ୍ଦୁ ସଂଗଠନର ସଦସ୍ୟଙ୍କୁ ନେଇ ଥାନାରେ ଏତଲା କରିବାକୁ ସାହାସ କୁଳାଇପାରିଥିଲେ ଛାତ୍ରୀ ଜଣକ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *