ମେଘାଳୟର ହନିମୁନ ହତ୍ୟା ଘଟଣାରେ ନୂଆ ମୋଡ଼ ଆସିଛି। ଆଉ କେହି ନୁହେଁ। ଖୋଦ୍ ରାଜାଙ୍କ ପତ୍ନୀ ହିଁ ରାଜାଙ୍କୁ ମର୍ଡର କରିଛନ୍ତି। ରାଜାଙ୍କୁ ହତ୍ୟା ପାଇଁ ଭଡ଼ାରେ ହତ୍ୟାକାରୀ ନିୟୋଜିତ କରିଥିଲା ସୋନମ। ନିଖୋଜ ହେବାର ଅଭିନୟ କରିଥିଲା ସୋନମ। ସୋନମ ୟୁପିର ନନ୍ଦଗଞ୍ଜ ପୁଲିସ ପାଖରେ ଆତ୍ମସମର୍ପଣ କରିଛି। ରାତିଯାକ ରେଡ୍ ପରେ ଅନ୍ୟ ତିନି ହତ୍ୟାକାରୀଙ୍କୁ ଗିରଫ କରିଛି ପୁଲିସ। ଆଉ ଜଣେ ଏବେ ବି ଫେରାର୍ ଅଛି। ମେଘାଳୟ ଡିଜିପି ଆଇ ନୋଙ୍ଗରାଙ୍ଗ ଏ ପୁରା ପ୍ରକରଣ ଉପରୁ ପର୍ଦ୍ଦା ଉଠାଇଛନ୍ତି। ହତ୍ୟା ପଛର କାରଣକୁ ନେଇ ବି ଖୁଲାସା କରିଛି ପୁଲିସ। ରାଜ କୁଶଓ୍ୱାହା ନାମକ ଯୁବକ ସହ ସୋନମର ପ୍ରେମସମ୍ପର୍କ ଥିଲା। ରାଜ୍ ସହ ମିଶି ରାଜାକୁ ମର୍ଡର କରିବାକୁ ପ୍ଲାନ୍ କରିଥିଲା ସୋନମ। ଜଣେ ଟୁରିଷ୍ଟ ଗାଇଡ ଏହି ଦମ୍ପତ୍ତିଙ୍କୁ ଅନ୍ୟ ୩ଜଣ ଅଜଣା ଲୋକଙ୍କ ସହ ଦେଖିଥିଲା ବୋଲି ପୁଲିସକୁ ସୂଚନା ଦେବା ପରେ ଘଟଣାରେ ଟ୍ୱିଷ୍ଟ ଆସିଥିଲା। ରାଜ୍ ସୋନମଠୁ ୫ ବର୍ଷ ସାନ ଥିଲା। ସୋନମ ଘରେ ପ୍ଲାଏଉଡ୍ କାମ କରୁଥିଲା ରାଜ୍।

Naxatra News is now on Whatsapp
Join and get latest news update delivered to you via whatsapp
Join Now