ଶେଷରେ ମିଳିଲା ସୋନମର ଲାପଟପ ଓ ରାଜା ରଘୁବଂଶୀଙ୍କର ମୋବାଇଲ। ସିଲଂ ପୁଲିସ ନାଳରୁ ଏହାକୁ ଉଦ୍ଧାର କରିଛି। ଏହା ସହ ଦେଶୀ ପିସ୍ତଲ ଓ ସୁନାର ଆଭୂଷଣ ବି ଧଳା ଜରି ଭିତରୁ ମିଳିଛି। ରାଜାକୁ ମର୍ଡର କରିବାକୁ ରାଜ କୁଶଓ୍ୱାହା କଥାରେ ଦୁଇ ବ୍ରୋକର ସୋନମକୁ ଏକ ବକ୍ସ, ଲାପଟପ ଓ ପିସ୍ତଲ ଦେଇଥିଲେ। ମଧ୍ୟପ୍ରଦେଶର ଏହି ଦୁଇ ବ୍ରୋକରଙ୍କୁ ମେଘାଳୟ ପୁଲିସ ଗିରଫ କରିସାରିଥିଲା। ମେଘାଳୟ ଏସଆଇଟି ଟିମ୍ ଓ ଇନ୍ଦୋର ଫରେନସିକ ଟିମ୍ ଜଳା ବ୍ୟାଗ୍ କୁ ବି ଜବତ କରିଥିଲା। ଭୋପାଳରୁ ଫେରାର୍ ହେବାକୁ ବସିଥିଲା ବେଳେ ପ୍ରପର୍ଟି ଡିଲର ସିଲୋମ ଜେମ୍ସକୁ ଭୋନସରା ଟୋଲଗେଟ ପାଖରୁ ଧରିଥିଲା ପୁଲିସ। ହୀରାବାଗ କଲୋନୀରେ ସୋନମକୁ ସେ ରଖିଥିଲା। ମର୍ଡର ପରେ ସେଠାରୁ ଏକ ବାକ୍ସ ଭିତରେ ଗହଣା ଓ ଅନ୍ୟାନ୍ୟ ସାମଗ୍ରୀ ପୁରାଇ ସୋନମ ଯାଇଥିଲା। ଦ୍ୱିତୀୟ ଅଭିଯୁକ୍ତ ବଲବୀର ଅହିରଓ୍ୱାର ଜଣେ ଓ୍ୱାଚମ୍ୟାନ ତଥା ବଢ଼େଇ। ଅଶୋକ ନଗରରୁ ତାକୁ ଗିରଫ କରାଯାଇଥିଲା। ଯିଏ ଇନ୍ଦୋର ଫ୍ଲାଟରେ ପୋଷ୍ଟିଂ ଥିଲା। ଯେଉଁଠି ମର୍ଡର ପରେ ସୋନମ ଓ ମୁଖ୍ୟ ଅଭିଯୁକ୍ତ ମେଘାଳୟରୁ ଫେରାର୍ ପରେ ରହିଥିଲେ।ଏହି ଫ୍ଲାଟ୍ କୁ ଜେମ୍ସ ଭଡ଼ା ଦେଇଥିଲା। ସହ ଅଭିଯୁକ୍ତ ବିଶାଳ ଚୌହ୍ୱାନକୁ ମାସିକ ୧୭ହଜାର ଟଙ୍କାରେ ଭଡ଼ାରେ ଲଗାଇଥିଲା। ଉଭୟ ସିଲୋମ ଓ ବଲବୀରକୁ ୭ ଦିନିଆ ରିମାଣ୍ଡର ମେଘାଳୟ ପୁଲିସ ନେଇସାରିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now