ସୋନମ ଓ୍ୱାଙ୍ଗଚୁକଙ୍କୁ ମିିଳିଲାନି ଅଦାଲତି ଆଶ୍ୱସ୍ତି। ନଭେମ୍ୱର ୨୪ ଯାଏଁ ଜୋଧପୁର ଜେଲରେ ରହିବେ। ପରିବେଶବିତ୍ ତଥା ଆକ୍ଟିଭିଷ୍ଟ ସୋନମଙ୍କ ପତ୍ନୀ ଗୀତାଞ୍ଜଳି ଅଙ୍ଗମୋ ସୁପ୍ରିମକୋର୍ଟରେ ଦାଏର କରିଥିବା ଆବେଦନ ଉପରେ ନଭେମ୍ୱର ୨୪ରେ ଶୁଣାଣୀ କରିବେ ସର୍ବୋଚ୍ଚ ଅଦାଲତ।ଜଷ୍ଟିସ ଏନବି ଅଞ୍ଜାରିଆ ଓ ଅରବିନ୍ଦ କୁମାରଙ୍କ ଖଣ୍ଡପୀଠ ଆସନ୍ତା ମାସ ୨୪ରେ ଏହାର ଶୁଣାଣୀ କରିବେ। ତେବେ ଏହାରି ଭିତରେ କେନ୍ଦ୍ର ସରକାରଙ୍କ ସମେତ ଲଦାଖ ପ୍ରଶାସନ ଓ ରାଜସ୍ଥାନର ଜୋଧପୁର ଜେଲ୍ ପ୍ରଶାସନକୁ ଜବାବ ଦେବାକୁ କୋର୍ଟ ମହଲତ ଦେଇଛନ୍ତି। ୧୦ ଦିନ ଭିତରେ ଜବାବ ଦେବାକୁ କହିଛନ୍ତି ଅଦାଲତ। ସୋନମଙ୍କୁ ଜେଲରେ ପୁରାଇବାକୁ ଚ୍ଯାଲେଞ୍ଜ କରାଯାଇଛି ପିଟିସନରେ। ଆବେଦନରେ ଗୀତାଞ୍ଜଳି ଦର୍ଶାଇଛନ୍ତି ଯେ, ସୋନମଙ୍କ ଗିରଫଦାରି ଓ ନ୍ୟାୟିକ ହେପାଜତକୁ ପଠାଇବା ବେଆଇନ। ୨୮ ଦିନ ପରେ ବି ଓ୍ୱାଙ୍ଗଚୁକଙ୍କ ପରିବାରକୁ ତାଙ୍କ ଗିରଫଦାରିର ଆଧାର ଓ କାରଣ ଦର୍ଶାଇନାହାନ୍ତି ସରକାର। ସରକାରଙ୍କ ସହ ଅସହମତି ଓ ରାଜନୀତିକ ପ୍ରତିଶୋଧରୁ ସୋନମଙ୍କ ଭଳି ଜଣେ ସମ୍ମାନିତ ନାଗରିକଙ୍କୁ ଚୁପ୍ କରିବାକୁ ଏହା ଷଡ଼ଯନ୍ତ୍ର ବୋଲି କହିଛନ୍ତି ଗୀତାଞ୍ଜଳି। ସୋନମଙ୍କୁ ଲଦାଖ ହିଂସୈା ପରେ ଏନଏସଏରେ ଗିରଫ କରାଯାଇଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now