ରେସ୍ ଲଗାଉଥିଲା ଲକଜରି ଅଡି କାର୍। ଆଉ ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟି ମାଡ଼ିଗଲା ଲୋକଙ୍କ ଉପରେ। ରାସ୍ତା କଡ଼ରେ ଥିବା ଫୁଡ୍ ଷ୍ଟଲରେ ପଶିଯାଇଥିଲା। ୧୬ ଜଣଙ୍କ ଉପରେ ମାଡ଼ିଯିବାରୁ ଜଣଙ୍କ ମୃତ୍ୟୁ ସହ ୧୫ ଜଣ ଆହତ ହୋଇଛନ୍ତି। ୪ଜଣଙ୍କ ଅବସ୍ଥା ସଂକଟାପନ୍ନ ଅଛି। ୧୨୦ ସ୍ପିଡରେ ଥିଲା କାର୍। ଜୟପୁରରେ ଶୁକ୍ରବାର ରାତିରେ ମାନସରୋବର ଜନବହୁଳ ଏରିଆରେ ଏହି ଦୁର୍ଘଟଣା ଘଟିଛି। ଅଡିରେ ଡ୍ରାଇଭର ସମେତ ୪ଜଣ ବସିଥିଲେ। ଦୁର୍ଘଟଣା ପରେ ଜଣେ ଯାତ୍ରୀକୁ ଧରିନେଇଥିଲେ ଲୋକେ। ଆଜି ସକାଳୁ ଆଉ ଜଣେ ଯୁବକକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ଡ୍ରାଇଭର ଦିନେଶ ସମେତ ୨ଜଣ ଫେରାର୍ ଅଛନ୍ତି। ଏ ୪ ଜଣ ନିଶାରେ ଥିଲେ। ରାତି ସାଢ଼େ ୯ଟାରେ ଏହି ଦୁର୍ଘଟଣା ଘଟିଥିଲା। ଗାଡିର ବୀମା ବି ନାହିଁ। ଦିନେଶ ଆଉ ଏକ କାର୍ ସହ ରେସିଂ ଆରମ୍ଭ କରିଦେଇଥିଲା। ଗାଡ଼ି ଓଲଟି ୧୦ରୁ ଅଧିକ ଖାଇବା ଷ୍ଟଲକୁ ଟକ୍କର ଦେଇଥିଲା। ଅଡିର ସ୍ପିଡ୍ ଏତେ ଥିଲା ଯେ, ଏହାର ଧକ୍କାରେ ଆଉ ଏକ କାର୍ ବି ଓଲଟିଗଲା। ଶହେ ମିଟର ଦୂରରେ ଥିବା ଏକ ଗଛରେ ପିଟି ହୋଇଥିଲା କାର୍। ଆହତଙ୍କୁ ଜୟପୁରିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ନାଁ ରମେଶ ବୈରବା। ରମେଶ ଏକ ଫୁଡ୍ ଷ୍ଟଲରେ ହେଲପର ଭାବେ କାମ କରୁଥିଲା। ୪ ଗୁରୁତରଙ୍କୁ ଏମ୍ସକୁ ରେଫର କରିଦିଆଯାଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now