ପାକିସ୍ତାନର ଗୁପ୍ତଚର- ଭାରତର ୟୁଟ୍ୟୁବର୍

ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରି ଗିରଫ ହେଲେ ୟୁଟ୍ୟୁବର ଓ ଟ୍ରାଭେଲ ବ୍ଲଗର ଜ୍ୟୋତି ମଲହୋତ୍ରା। ପାକିସ୍ତାନ ରାଷ୍ଟ୍ରଦୂତର ଅଧିକାରୀଙ୍କ ସହ ଲିଂକରେ ଜ୍ୟୋତିଙ୍କ ସମେତ ୬ଜଣଙ୍କୁ ଗିରଫ କରିଛି ପୁଲିସ। ସମସ୍ତ ଅଭିଯୁକ୍ତ ହରିଆଣାର। ଜ୍ୟୋତି ୪ଥର ପାକିସ୍ତାନ ଯାଇସାରିଛନ୍ତି। ଶତୃ ରାଷ୍ଟ୍ରର ଏଜେଣ୍ଟଙ୍କୁ ଭାରତର ଗୋପନୀୟ ଗତିବିଧି ପଠାଉଥିବାର ସନ୍ଦେହର ସ୍କାନରରେ ଥିଲେ ଜ୍ୟୋତି। ହିସାର ପୁଲିସ ଜ୍ୟୋତିକୁ ଆଜି କୋର୍ଟରେ ହାଜର କରିଥିଲା। ଆଉ ଜ୍ୟୋତିକୁ ୫ ଦିନିଆ ରିମାଣ୍ଡରେ ନେବାକୁ ପୁଲିସକୁ ଅନୁମତି ଦେଇଛନ୍ତି କୋର୍ଟ। ଗଲା ବର୍ଷ ଲାହୋର ଯାଇଥିଲେ ଜ୍ୟୋତି। ସୋସିଆଲ ମିଡିଆରେ ସକ୍ରିୟ ଚର୍ଚ୍ଚିତ ହରିଆଣାର ୟୁଟ୍ୟୁବର ଜ୍ୟୋତି ସମ୍ୱେଦନଶୀଳ ଗୁପ୍ତ ସୂଚନା ଦେଇଥିବାର ଆରୋପ ଲାଗିଛି। ୨୦୨୩ରେ କମିଶନ ଜରିଆରେ ପାକିସ୍ତାନ ଭିସା ପାଇବାରେ ସକ୍ଷମ ହୋଇଥିଲେ ଜ୍ୟୋତି। ଏହାରି ଭିତରେ ପାକିସ୍ତାନ ହାଇ କମିଶନରେ କାର୍ଯ୍ୟରତ ଜଣେ କର୍ମଚାରୀ ଦାନିସ ସହ ତାଙ୍କର ସମ୍ପର୍କ ନିବିଡ଼ତା ହୋଇଥିଲା। ଭାରତ ଫେରିବା ପରେ ଜ୍ୟୋତି ଲଗାତାର ପାକିସ୍ତାନ ଏଜେଣ୍ଟଙ୍କ ସମ୍ପର୍କରେ ରହିଥିଲେ।  ମେ ୧୩ରେ ସରକାରଙ୍କ ଦ୍ୱାରା ବରଖାସ୍ତ ହୋଇଥିବା ଦାନିସ ଅନେକ ପାକିସ୍ତାନୀ ଇଣ୍ଟେଲିଜେନ୍ସ ଅପରେଟିଭ୍ସଙ୍କୁ ଜ୍ୟୋତିଙ୍କ ସହ ଭେଟ କରାଇଥିବାର ଆରୋପ ରହିଛି। ତାଙ୍କର ଅନେକ ସୂଚନା ଦେଶର ଆଭ୍ୟନ୍ତରୀଣ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରିଥାଆନ୍ତା। ଜ୍ୟୋତିଙ୍କ ଅନଲାଇନ ଗତିବିଧି, ବିଦେଶ ଯାତ୍ରା ଓ କାହା ସମ୍ପର୍କରେ ରହୁଛନ୍ତି, ତାକୁ ନଜର ରଖିଥିଲା ଭାରତର ଗୁଇନ୍ଦା। ଆଉ ପର୍ଯ୍ୟାପ୍ତ ପ୍ରମାଣ ମିଳିବା ପରେ ଜ୍ୟୋତିଙ୍କୁ ଗିରଫ କରାଯାଇଛି। ଆଇଏସଆଇ ଲାଗି ଗୁପ୍ତଚର ସାଜିଥିବା ମୋଟ୍ ୬ ଜଣଙ୍କୁ ଗିରଫ କରାଯାଇଛି। ଓ୍ୱାଟସଅପ, ଟେଲିଗ୍ରାମ ଓ ସ୍ନାପଚାଟରେ ଜ୍ୟୋତି ସାକିର୍ ଓରଫ ରାଣା ସେହେଓ୍ୱାଜ ସହ ସମ୍ପର୍କରେ ଥିଲା। ଯାହାର ନମ୍ୱରକୁ ଜାଟ୍ ରନ୍ଧାଓ୍ୱା ନାଁରେ ସେଭ୍ କରିଥିଲେ। ଜ୍ୟୋତିଙ୍କ ବ୍ୟତୀତ ଗିରଫ ହୋଇଥିବା ବ୍ୟକ୍ତି ହେଲେ ପଞ୍ଜାବର ୩୨ ବର୍ଷର ବିଧବା ଗୁଜାଲା। ଦାନିସଠୁ ଅନଲାଇନରେ ନିରନ୍ତର ଟଙ୍କା ପାଉଥିଲେ ଗୁଜାଲା। ହରିଆଣାର ଶିଖ୍ ଛାତ୍ର ଦେବୀନ୍ଦର ସିଂ ଧିଲୋନ ବି ଏହି ଗ୍ରୁପରେ ଅଛି। ମିଛ ବିବାହ, ଟଙ୍କା, ଉପହାର ଓ ଭାବପ୍ରବଣତାର ଆଳରେ ଏମାନଙ୍କଠୁ ଗୁପ୍ତ ସୂଚନା ନେଉଥିଲେ ଏଜେଣ୍ଟ। ଭାରତରେ ରହି ପାକିସ୍ତାନୀ ଏଜେଣ୍ଟଙ୍କ ଇସାରାରେ ନାଚୁଥିଲେ ଜ୍ୟୋତି। ୟୁଟ୍ୟୁବ ସହ ଇନଷ୍ଟାଗ୍ରାମରେ ଟ୍ରାଭେଲ ଓ୍ୱିଥ୍‌ ଜୋ ଓ୍ୱାନ ନାଁରେ ଆକାଉଣ୍ଟ ଖୋଲିଥିଲେ ଜ୍ୟୋତି। ଏଥିରେ ନିଜର ପାକିସ୍ତାନ ଟ୍ରିପର ଭିଡ଼ିଓ ଓ ରିଲ୍ସ ପକାଇଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *