ସାବତ ବାପାର ଅତ୍ୟାଚାର- ହାଣିଲା ଝିଅ

ପାଲଘରରୁ ଆସିଛି ଅଭାବନୀୟ ଘଟଣା। ୨୪ ବର୍ଷୀୟ ଝିଅକୁ ଯୌନଶୋଷଣ କରୁଥିଲା ସାବତ ବାପା। ଏଥିରେ ଅତିଷ୍ଠ ହୋଇ ଶେଷରେ ଚରମ ନିଷ୍ପତ୍ତି ନେଲା ଝିଅ। ଶେଷରେ ସାବତ ବାପାକୁ ଛୁରାରେ ଆକ୍ରମଣ କଲା ଝିଅ। ଗୁରୁତର ଅବସ୍ଥାରେ ସାବତ ବାପା ଏବେ ହସ୍ପିଟାଲରେ ପଡ଼ିଛି। ଝିଅଟିର ଆରୋପ ଥିଲା କି, ସାବତ ବାପା ରମେଶ ଭାରତୀ ପିଶାଚ ଥିଲା। ତାଙ୍କ ସହ ନିଇତି ଦୁଷ୍କର୍ମ କରୁଥିଲା। ୨ ବର୍ଷ ହେଲା ଯୌନଶୋଷଣର ସେ ଶୀକାର ହୋଇଆସୁଛନ୍ତି। ଆକ୍ରମଣକାରୀ ଝିଅକୁ ପୁଲିସ କଷ୍ଟଡିକୁ ନେଇଛି। ପାଲଘର ଜିଲ୍ଲାର ନାଲସୋପାରା ସର୍ବୋଦୟନଗର ଅଞ୍ଚଳରେ ଘଟିଥିବା ଏହି ଘଟଣାର ଭିଡ଼ିଓ ଭାଇରାଲ ହୋଇଛି। ଝିଅଟିର ମାଆ ରମେଶଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି। ଝିଅଟିର ବାରମ୍ୱାର ବାରଣ ସତ୍ତ୍ୱେ ସାବତ ବାପା ଶୁଣୁନଥିଲା। ଯେତେବେଳେ ଅଭିଯୁକ୍ତ ପୁଣି ଥରେ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା, ଛାଡ଼ିଦେବାକୁ କାକୁତିମିନତୀ ହୋଇଥିଲା ଝିଅଟି। ଜବରଦସ୍ତି କରିବାରୁ ଛୁରା ମାଡ଼ କରିଥିଲା। ଏପରିକି ଘରୁ ବାହାରକୁ ଆସିବା ପରେ ବି ଛୁରାରେ କ୍ରମାଗତ ଆଘାତ କରିଥିଲା ଝିଅଟି। ଏ ଦୃଶ୍ୟ ଦେଖି ସମସ୍ତେ ହତବାକ୍ ହୋଇଯାଇଥିଲେ। ଝିଅଟିକୁ ଶାନ୍ତ କରିବାକୁ ଲୋକେ ଚେଷ୍ଟା କରି ତାଙ୍କଠୁ ଛୁରୀ ଛଡାଇନେଇଥିଲେ। ଏହାପରେ ପୁଲିସ ପହଞ୍ଚି ତାଙ୍କୁ କଷ୍ଟଡିକୁ ନେଇଥିଲା। ଅଭିଯୁକ୍ତକୁ ଶତାଦ୍ଦୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତୁଲଜାପୁର ପୁଲିସ ତଦନ୍ତ ଜାରି ରଖିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *