ଚୋରା କୋଇଲା ବେଝେଇ ଟ୍ରକ ଜବତ, ୨ ଗିରଫ

Spread the love

ଭଦ୍ରକ : ଭଦ୍ରକ-ଚାନ୍ଦବାଲି ରାସ୍ତାର ପୀରହାଟ ଥାନା ଅଧୀନ ସିନ୍ଦୋଳ ନିକଟରେ ଚୋରା କୋଇଲା ବେଝେଇ ଟ୍ରକକୁ ପୁଲିସ ଜବତ କରିବା ସହିତ ଗାଡ଼ି ଚାଳକ ଓ ହେଲଫରକୁ ଗିରଫ କରିଥିବା ଜଣାପଡ଼ିଛି । ଏ ସମ୍ପର୍କରେ ପୀରହାଟ ଥାନାରେ ୧୦୫/୨୩ରେ ଏକ ମକଦ୍ଧମା ରୁଜୁ କରାଯାଇଛି । ପ୍ରକାଶ ଯେ, ଶୁକ୍ରବାର ସକାଳେ ଭଦ୍ରକ ଅଭିମୁଖେ ଚୋରା କୋଇଲା ବୋଝେଇ କରି ଏକ ଟ୍ରକ (ନଂ ଓଡି୦୪କେ୬୩୩୫) ଯାଉଥିଲା। ଖବର ପାଇ ପୀରହାଟ ଥାନା ଅଧିକାରୀ ଗୟାଧର ବେହେରା ସଦଳବଳେ ସେଠାରେ ପହଞ୍ଚି କୋଇଲା ବୋଝେଇ ଟ୍ରକକୁ ଜବତ କରିଥିଲେ। ଟ୍ରକକୁ ଯାଞ୍ଚ କରିବା ପରେ ସେଥିରେ ୫ଟନ୍ ଚୋରା କୋଇଲା ବୋଝେଇ ହୋଇଥିବା ଜଣା ପଡ଼ିଥିଲା। ତେବେ ପୁଲିସ ଟ୍ରକ ଚାଳକ ଯାଜପୁର ଜିଲା ସୁକିନ୍ଦା ଥାନା ବଞ୍ଜ ଗ୍ରାମର ପବିତ୍ର କୁମାର ଦାସ ଓ ସେହିଗ୍ରାମର ହେଲଫର ପଣ୍ଡା ମୁଣ୍ଡାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

Leave a Reply

Your email address will not be published. Required fields are marked *