ଚମ୍ପୁଆ ପୋଲିସର ସଫଳତା : ଗିରଫ ହେଲେ ମୋବାଇଲ ଚୋର

Spread the love

ଚମ୍ପୁଆ : ଚମ୍ପୁଆ ଥାନା ଅନ୍ତର୍ଗତ ରିମୁଳି ଠାରେ ଥିବା ସାମଲ ମୋବାଇଲ ନାମକ ମୋବାଇଲ ଦୋକାନରୁ ହୋଇଥିବା ଚୋରି ମାମଲାରେ ଚମ୍ପୁଆ ପୋଲିସକୁ ଏକ ବଡ ସଫଳତା ମିଳିଛି । ପୋଲିସ ଚତୁରତାର ସହ ଜାଲ ବିଛାଇ ୬ ଜଣ ଚୋରଙ୍କୁ ଗିରଫ କରିବା ସହ ୧୪ଟି ମୋବାଇଲ ଜବତ କରିଥିବା ତଦନ୍ତକାରୀ ଅଫିସର ସନ୍ତୋଷ କୁମାର ନାଏକ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଗତ ମାସ ୨୬ ତାରିଖ ରେ ରିମୁଳି ଗ୍ରାମରେ ଥିବା ସାମଲ ମୋବାଇଲ ନାମକ ମୋବାଇଲ ଦୋକାନର ଆଜବେଷ୍ଟସ ଛାତ ଭାଙ୍ଗି ଚୋରମାନେ ପାଖାପଖି ୪୪ ଟି ଦାମୀ ମୋବାଇଲ ଯାହାର ଆନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ଚୋରି କରି ନେଇଥିଲେ । ଏ ନେଇ ଦୋକାନର ମାଲିକ ଅମିୟ ରଞ୍ଜନ ସାମଲ ପୋଲିସ ନିକଟରେ ଅଭିଯୋଗ କରିବାରୁ ପୋଲିସ ତତ୍ପର ହୋଇ ତଦନ୍ତ ଆରମ୍ଭ କରିଥିଲେ । ବିଭିନ୍ନ ସୂତ୍ରରୁ ଖବର ପାଇବା ସହ ଚୋରି ହୋଇଯାଇଥିବା ମୋବାଇଲର ଇଏମଇଆଇ ନମ୍ବରକୁ ଟ୍ରାକ କରିବା ପରେ ଚମ୍ପୁଆ ପୋଲିସ ଚୋରି ମୋବାଇଲକୁ କିଣିଥିବା ତେଲକୋଇ ନିକଟବର୍ତୀ ବେଣାମୁଣ୍ଡା ଓ ପୁରୁଯୋଡା ଅଞ୍ଚଳର ନିରଞ୍ଜନ ବେହେରା, ଭାଗବତ ଦଣ୍ଡପାଟ, କୋମଳ ଲୋଚନ ଗିରି, ପୁଷ୍ପଲତା ଗିରି ଓ ଅନିଲ କୁମାରକୁ ଗିରଫ କରିବା ପରେ ମୁଖ୍ୟ ଆସାମୀ କୁହାଯାଉଥିବା ରିମୁଳି ଗ୍ରାମର ସୁଜିତ କୁମାର ବୈଦ୍ୟ କୁ ଗିରଫ କରିଥିବା ଜଣାପଡିଛି । ତାଙ୍କ ଘରୁ ଚୋରି ହୋଇଥିବା ୯ଟି ମୋବାଇଲ ମିଳିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *