ମାଛକୁଣ୍ଡ ପୋଲିସକୁ ସଫଳତା, ୧୧୩ କିଲୋ ଗଂଜେଇ ଜବତ

ଭୁବନେଶ୍ୱର : କୋରାପୁଟ ଜିଲ୍ଲାର ମାଛକୁଣ୍ଡ ପୋଲିସ କୁ ବଡ଼ ସଫଳତା ମିଳିଛି l ମାଛକୁଣ୍ଡ ପୋଲିସ ଗଛିତ ରଖାଯାଇଥିବା ୧୧୩ କେଜି ଗଞ୍ଜେଇ ଜବତ କରିଛି ।

ମିଳିଥିବା ସୂଚନା ଅନୁସାରେ ବିଶେଷ ସୂତ୍ରରୁ ଖବର ପାଇ ମାହାଡା ଗ୍ରାମର ସମରା ବଡ଼ନାୟକଙ୍କ ଘରେ ସ୍ଥାନୀୟ ମାଜିଷ୍ଟେଡ଼ଙ୍କ ଉପସ୍ଥିତିରେ ଘର ତାଲା ଭାଙ୍ଗି ଘରକୁ ଯାଞ୍ଚ କରିବା ବେଳେ 5 ବସ୍ତା ଗଞ୍ଜେଇ ମିଳିଥିଲା । ଘଟଣା ସ୍ଥଳରୁ ସମରା ବଡ଼ନାୟକ ଫେରାରହୋଇଯାଇଥିବା ବେଳେ ଘର ଭିତରୁ ଗଞ୍ଜେଇ ଜବତ କରିଛି ମାଛକୁଣ୍ଡ ପୋଲିସ । ଏହାର ମୂଲ୍ୟ ପ୍ରାୟ ୧୧ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଘର ମାଲିକ ସମରାଙ୍କ ନାମରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ମାଛ କୁଣ୍ଡ ପୋଲିସ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *