ମୁଁ ମୋ ପତ୍ନୀକୁ ବହୁତ ଭଲ ପାଏ। ଜୀଇଁବାକୁ ବି ଚାହୁଁଥିଲି। ହେଲେ ଆଜି ମୁଁ ସୁଇସାଇଡ୍ କରିବାକୁ ଯାଉଛି। ମୋ ପତ୍ନୀ କାହା ସହ କଥା ହେବାକୁ ମୁଁ ପସନ୍ଦ କରେନା। ତାଙ୍କୁ ଅନ୍ୟ କେହି ହୋଟେଲକୁ ନିଅନ୍ତୁ। ଆଜି ଏକମାତ୍ର ପୁଅକୁ ଭେଟିବାକୁ ଯାଇଥିଲି ଯେ, ଭେଟିବାକୁ ଦିଆଗଲାନି। ଏଭଳି କହି ବାରାଣସୀ ବଙ୍କଟ ଗାଁର ୩୦ ବର୍ଷୀୟ ଯୁବକ ରାହୁଲ ମିଶ୍ରା ସୁଇସାଇଡ୍ କରିଛନ୍ତି। ଆତ୍ମହତ୍ୟା କରିବା ପୂର୍ବରୁ ଚଳନ୍ତା ବାଇକରେ ୭ ମିନିଟର ଭିଡ଼ିଓ ବାର୍ତା ସେୟାର କରିଛନ୍ତି। ବେକରେ ଦୌଡ଼ି ଦେଇ ସବୁଦିନ ଲାଗି ଝୁଲି ପଡ଼ିଛନ୍ତି ରାହୁଲ। ଆଉ ଆତ୍ମହତ୍ୟା ଲାଗି ପତ୍ନୀ ସନ୍ଧ୍ୟା ଓ ଶାଶୁଙ୍କୁ ଦାୟୀ କରିଛନ୍ତି ଯୁବକ। ସେ ସଂଧ୍ୟାଙ୍କୁ ୪ ବର୍ଷ ତଳେ ଲଭ ମ୍ୟାରେଜ କରିଥିଲେ। ତାଙ୍କର ଗୋଟିଏ ପୁଅ ଅଛି। ବାରାଣସୀରେ ଜଣେ ବ୍ୟବସାୟୀଙ୍କ କାର୍ ଚଳାଇ ପରିବାର ପ୍ରତିପୋଷଣ କରୁଥିଲେ। ୧୦ ମାସ ଆଗରୁ ଏକ ବିବାହ ଉତ୍ସବରେ ସେ ଶୁଭମ ସିଂଙ୍କୁ ଭେଟିଥିଲେ। ଏହା ଜାଣି ବାରଣ କରିବାରୁ ତାଙ୍କ ବିରୁଦ୍ଧରେ ମିଛ ଯୌତୁକ ମାମଲା ରୁଜୁ କରିଥିଲେ ସଂଧ୍ୟା। ସଂଧ୍ୟା ୮ ମାସ ହେଲା ମାଆ ଘରେ ଅଛନ୍ତି। ତାଙ୍କ ପୁଅକୁ ଶାଶୁ ଘର ନେଇଗଲେ। ସର୍ବସାଧାରଣରେ ସଂଧ୍ୟା ଓ ଶାଶୁ ଅପମାନିତ କରୁଥିଲେ। ୩ଟି ଥାନାରେ ତାଙ୍କ ବିରୁଦ୍ଧରେ ୪ଟି ମାମଲା ରୁଜୁ ହୋଇଛି। ତାଙ୍କ ପୁଅକୁ ଭେଟିବାକୁ ଦିଆଯାଉନଥିଲା। ପୁଲିସ ଦ୍ୱାରା ମାଡ଼ ଖୁଆଇଥିଲେ। ସେ କୋର୍ଟ ତାରିଖରେ ନୟାନ୍ତ ହୋଇଗଲେଣି କହି ଶେଷରେ ଆତ୍ମହତ୍ୟାର ବାଟ ବାଛିଲେ। ଏ ମାମଲାରେ ପୁଲିସ ସଂଧ୍ୟା ଓ ତାଙ୍କ ମାଆଙ୍କୁ ଆତ୍ମହତ୍ୟା ଲାଗି ଉସୁକାଇଥିବା ମାମଲାରେ ଗିରଫ କରିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now