ଇସଲାମାବାଦରେ ଆତ୍ମଘାତୀ ବିସ୍ଫୋରଣ- ୧୨ ମୃତ

ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଭୟଙ୍କର ବିସ୍ଫୋରଣ। ହାଇକୋର୍ଟ ପରିସର ପାଖରେ କାର୍ ପାର୍କିଂରେ ଏହି ବିସ୍ଫୋରଣରୁ ୧୨ଜଣଙ୍କ ମୃତ୍ୟୁ ହୋଇଛି। ୨୦ରୁ ୨୫ ଜଣ ଆହତ ହୋଇଛନ୍ତି। ଦ୍ୱିପ୍ରହର ସାଢ଼େ ୧୨ଟାରେ ଏହି ବିସ୍ଫୋରଣ ହୋଇଛି। ପାର୍କିଂରେ ଥିବା କାର୍ ଭିତରେ ସିଲିଣ୍ଡର ବିସ୍ଫୋରଣରୁ ଏହା ହୋଇଥିବା କୁହାଯାଉଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଆଖାପାଖ ଏରିଆକୁ ପୁରା ଦୋହଲାଇଦେଇଥିଲା। ବିସ୍ଫୋରଣ ବେଳେ କୋର୍ଟ ପରିସରରେ ଅଧିକ ଭିଡ଼ ଥିଲା। ବିସ୍ଫୋରଣରେ ଅନେକ ଓକିଲ ଓ ସାଧାରଣ ଲୋକେ ଆହତ ହୋଇଛନ୍ତି। ଆଖପାଖ ଏରିଆକୁ ସିଲ୍ କରି ପୁଲିସ ଯାଞ୍ଚ ଆରମ୍ଭ କରିଛି। ଏହା ସିଲିଣ୍ଡର ବ୍ଲାଷ୍ଟ ନା ଆତ୍ମଘାତୀ ବିସ୍ଫୋରଣ, ଏହା ସ୍ପଷ୍ଟ ହୋଇନି। ଫରେନସିକ୍ ଟିମ୍‌ ତଦନ୍ତ ଆରମ୍ଭ କରିଛି। ପାକିସ୍ତାନ ରକ୍ଷାମନ୍ତ୍ରୀ ଖ୍ୱାଜା ଆସିଫ୍ କହିଛନ୍ତି, ଏବେ ପାକିସ୍ତାନର ଯୁଦ୍ଧର ସ୍ଥିତିରେ ଉପନୀତ। ୱେକ ଅପ୍ କଲ ବା ପାକିସ୍ତାନକୁ ଶିକ୍ଷା ଦେଇଛି। ଯିଏ କେବଳ ଭାବୁଛି, ପାକିସ୍ତାନୀ ସେନା ସହ ଯୁଦ୍ଧ କେବଳ ଆଫଗାନ-ପାକିସ୍ତାୱନ ସୀମା କ୍ଷେତ୍ର ବା ବେଲୁଚିସ୍ତାନ ସୀମା ସହ ରହିଛି। ସେମାନଙ୍କୁ ଏବେ ବୁଝିବାକୁ ପଡ଼ିବ ଯେ, ଯୁଦ୍ଧର ମୈଦାନ ଏହା ଅଟେ। ପାକିସ୍ତାନ ରାଜଧାନୀର ହୃଦୟରେ ଅଛି। ଏହି ଆକ୍ରମଣ ପଛରେ ଆଫଗାନିସ୍ତାନର ହାତ ଥିବା ସଙ୍କେତ ଦେଇଛନ୍ତି ଖ୍ୱାଜା। ଏହି ମାହାଲରେ କାବୁଲର ଶାସକଙ୍କ ସହ ସଫଳତାପୂର୍ବକ ବୁଝାମଣା ଆଶା କରିବା ବୃଥା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *