ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ବେଆଇନ ଘରକୁ ଭାଙ୍ଗିବାକୁ ରାୟ । ବେଆଇନ କୋଠାବାଡି କିମ୍ବା ଘର ନିର୍ମାଣ କରୁଥିଲେ ମାଟିରେ ମିଶିବ । ନିକଟରେ ସୁପ୍ରିମକୋର୍ଟ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହା ସହ ଅକ୍ୟୁପାନ୍ସି ସାର୍ଟିଫିକେଟ ନଥିଲେ ସମ୍ପୃକ୍ତ ଘରକୁ ପାଣି, ବିଜୁଳି କିମ୍ବା ସ୍ୱେରେଜ ସଂଯୋଗ ମଧ୍ୟ ମିଳିବ ନାହିଁ । ଏଥିସହ ବେଆଇନ ନିର୍ମାଣ କାର୍ଯ୍ୟ ପାଇଁ ଦାୟୀ ସରକାରୀ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ। ମୀରଟରେ ଏକ ଆବାସିକ ଅଞ୍ଚଳରେ ଚାଲିଥିବା ବେଆଇନ ନିର୍ମାଣକୁ ଭାଙ୍ଗିବା ଲାଗି ଆହ୍ଲାବାଦ ହାଇକୋର୍ଟ ଦେଇଥିବା ଆଦେଶକୁ ଚାଲେଞ୍ଜ କରି ଆଗତ ଏକ ରିଟ୍ ପିଟିସନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଏଭଳି କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏଥିସହ ବେଆଇନ ନିର୍ମାଣ ଭଙ୍ଗାଯିବା ମାମଲାରେ ରାୟ ଦେବା ବେଳେ ସର୍ବୋଚ୍ଚ ଅଦାଲତଙ୍କ ଏହି ନିର୍ଦ୍ଦେଶ ପାଳନ କରିବାକୁ ଖଣ୍ଡପୀଠ ସବୁ ହାଇକୋର୍ଟମାନଙ୍କୁ ଏହି ରାୟର ଗୋଟିଏ ଲେଖାଏ କପି ପଠାଯିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଆବାସିକ କିମ୍ବା ବ୍ୟବସାୟିକ ସ୍ଥାନରେ ବେଆଇନ ଭାବେ କୌଣସି ନିର୍ମାଣ କରାଯାଉଛି କି ନାହିଁ ମ୍ୟୁନିସିପାଲିଟି ତାର ତଦାରଖ କରିବ । ସେପଟେ ରେରା ଲାଗୁ ହେବା ପରେ ବିନା ଆକ୍ୟୁପାନ୍ସି ସାର୍ଟିଫିକେଟରେ ଆବାସିକ ପ୍ରକଳ୍ପ ହସ୍ତାନ୍ତର କରିବା ସମ୍ଭବ ନୁହେଁ ବୋଲି କହିଛି ରିୟଲ ଇଷ୍ଟେଟ ଆସୋସିଏସନ।
Naxatra News is now on Whatsapp
Join and get latest news update delivered to you via whatsapp
Join Now