ନିଲମ୍ୱିତ ବିଚାରପତିଙ୍କ ବିରୁଦ୍ଧରେ ପୋକ୍ସା ମାମଲା- ରଦ୍ଦ କରିବାକୁ ମନା କଲେ ସୁପ୍ରିମକୋର୍ଟ

ନିଲମ୍ୱିତ ବିଚାରପତିଙ୍କ ବିରୁଦ୍ଧରେ ଚାଲିଥିବା ପୋକ୍ସୋ ମାମଲାକୁ ରଦ୍ଦ କରିବାକୁ ମନା କଲେ ସୁପ୍ରିମକୋର୍ଟ। ନିଜ ଝିଅକୁ ଯୌନଶୋଷଣ ଅଭିଯୋଗରେ ବିଚାରପତିଙ୍କୁ ନିଲମ୍ୱିତ କରାଯାଇଛି। ଏହାକୁ ଗମ୍ଭୀର ସମସ୍ୟା ଓ ସକିଂ କେସ୍ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଏହାକୁ କୌଣସି ମତେ ରଦ୍ଦ କରିହେବନି ବୋଲି ସ୍ପଷ୍ଟ କରିଛନ୍ତି ଅଦାଲତ। ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଓ ଜଷ୍ଟିସ ମନମୋହନଙ୍କ ଖଣ୍ଡପୀଠ ସ୍ପେଶିଆଲ ଲିଭ ପିଟିସନର ଶୁଣାଣୀ ବେଳେ ଏଭଳି କହିଛନ୍ତି। ଏପ୍ରିଲ ୧୫ରେ ବମ୍ୱେ ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ୍ କରି ସଂପୃକ୍ତ ଜୁଡିସିଆଲ ଅଫିସର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଯେଉଁଠି ବମ୍ୱେ ହାଇକୋର୍ଟ ଅଭିଯୁକ୍ତ ବିଚାରପତିଙ୍କ ବିରୁଦ୍ଧରେ ମାମଲା ରଦ୍ଦ କରିବାକୁ ବାରଣ କରିଥିଲେ। ଅଭିଯୁକ୍ତଙ୍କ ଓକିଲ କୋର୍ଟକୁ ଅବଗତ କରିଥିଲେ ଯେ, ସଂପୃକ୍ତ ବ୍ୟକ୍ତିର ଜୀବନରେ ବିପୁଳ କ୍ଷତି ଘଟିଗଲାଣି। ତାଙ୍କ ବାପା ଆତ୍ମହତ୍ୟା କରିଦେଲେ। ସେ ନିଜେ ବିବାହ ବିବାଦରେ ଫସିଛନ୍ତି। ଜଷ୍ଟିସ ମନମୋହନ କହିଥିଲେ, କୋର୍ଟ ଏସବୁ ଦିଗକୁ ଦେଖିବାକୁ ଚାହୁଁନାହାନ୍ତି। ଅଭିଯୁକ୍ତଙ୍କ ଆଚରଣରୁ ବ୍ୟଥିତ ହୋଇ ହୁଏତ ତାଙ୍କ ବାପା ଆତ୍ମହତ୍ୟା କରିଥାଇପାରନ୍ତି। ଅଭିଯୁକ୍ତଙ୍କ ଓକିଲଙ୍କୁ ଜଷ୍ଟିସ ମନମୋହନ କହିଥିଲେ, ସେ ଜାଣନ୍ତିନି କେଉଁଠୁ ଏଭଳି ଆଇନଗତ ପରାମର୍ଶ ପାଇଛନ୍ତି। କିନ୍ତୁ ଏ ମାମଲା ରଦ୍ଦ ହେବା ଯୋଗ୍ୟ ବିଲକୁଲ ନୁହେଁ। ଅଭିଯୁକ୍ତଙ୍କ ଝିଅ ନିଜେ ଅଭିଯୋଗ କରିଛନ୍ତି। ଅର୍ଥାତ୍ ଝିଅଟିର ଜୀବନ ପ୍ରତି ବିପଦ ରହିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *