ସ୍ୱିଗି ଡେଲିଭରି ଏଜେଣ୍ଟ ବ୍ୟାଗରୁ ପିସ୍ତଲ ଓ ଗୁଳି। ୟୁପିର ମୁଜାଫରନଗରରେ କରୁଥିଲା ପିସ୍ତଲ ଡେଲିଭରି। ସ୍ୱିଗି ଡେଲିଭରି ବୟ ସୁଧାଂଶୁ କୁମାର ବର୍ମାଙ୍କୁ ପୁଲିସ ଗିରଫ କରିଛି। ସୁଧାଂଶୁର ବୟସ ୨୪। ବ୍ୟାଗରୁ ୧୦ଟି ଦେଶୀ ପିସ୍ତଲ ଓ ଗୁଳି ଜବତ କରିଛି ପୁଲିସ। ଅଭିଯୁକ୍ତ ଅସ୍ତ୍ରଶସ୍ତ୍ର ଚାହୁଁଥିବା ଲୋକଙ୍କୁ ଡେଲିଭରି କରୁଥିଲା। ସୁଧାଂଶୁ ଦିଲ୍ଲୀ, ୟୁପି, ହରିଆଣା, ପଞ୍ଜାବ ଓ ମିରଟରେ ସପ୍ଲାଏ କରୁଥିଲା। ମୁଜାଫରନଗର ଏସପି ସଞ୍ଜୟ କୁମାର ବର୍ମାଙ୍କ କହିବା କଥା, ଜେରାରେ ସୁଧାଂଶୁ ମାନିଛି ଯେ, ଏହି ରାକେଟରେ ତା ସହ ଆଉ ୬ ଜଣ ଅଛନ୍ତି। ବାକି ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ ତନାଘନା ଜାରି ରଖିଛି। ସୁଧାଂଶୁ ବ୍ୟାଗରୁ ୩୧୫ ବୋର୍ ଘର ତିଆରି ପିସ୍ତଲ, କ୍ୟାଟ୍ରିଜ୍ ଜବତ ହୋଇଛି। ହରିଆଣାର କର୍ଣ୍ଣାଲରେ ସ୍ୱିଗି ଡେଲିଭରି ଏଜେଣ୍ଟ ଭାବେ କାମ କରୁଥିଲା ସୁଧାଂଶୁ। ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ, ସୁଧାଂଶୁର ଅପରାଧିକ ଇତିହାସ ରହିଛି। ଆର୍ମସ ଆକ୍ଟରେ ମାମଲା ରୁଜୁ କରିଛି ପୁଲିସ।

Naxatra News is now on Whatsapp
Join and get latest news update delivered to you via whatsapp
Join Now