କୌଣସି ଆତଙ୍କି ଆକ୍ରମଣକୁ ଆକ୍ଟ ଅଫ ଓ୍ୱାର ଭଳି ବିବେଚନା କରାଯିବ। ଆତଙ୍କି ଆକ୍ରମଣର ଜବାବ ଯୁଦ୍ଧ ଭଳି ଦିଆଯିବ। ଆତଙ୍କବାଦ ବିରୁଦ୍ଧରେ ଭାରତ ସରକାର ଏଭଳି ବଡ଼ ନିଷ୍ପତ୍ତି ନେଇଛନ୍ତି। ଆତଙ୍କି ଆକ୍ରମଣକୁ ଏଣିକି କେବଳ ଆଭ୍ୟନ୍ତରୀଣ ନିରାପତ୍ତା ପ୍ରତି ଚ୍ୟାଲଞ୍ଜ ଭାବେ ଗ୍ରହଣ କରାଯିବନି। ବରଂ ଏହାର ମୁହଁତୋଡ଼ ଜବାବ ଯୁଦ୍ଧ ଆକାରରେ ଦିଆଯିବ। ଭାରତ-ପାକିସ୍ତାନ ଭିତରେ ଡ୍ରୋନ୍ ଓ ମିସାଇଲ ଦ୍ୱାରା ଆକ୍ରମଣ ଓ ପ୍ରତିଆକ୍ରମଣ ଜାରି ରହିଛି। ପାକିସ୍ତାନର ୬ଟି ଏୟାରବେସକୁ ଧ୍ୱସ୍ତ କରିବା ପରିପ୍ରେକ୍ଷୀରେ ଭାରତ ସରକାର ଏଭଳି ଠୋସ୍ ନିଷ୍ପତ୍ତି ନେଇଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now