ବନ୍ଧୁକ ସହିତ ଧରା ପଡିଲେ ତୃଣମୁଳର ପଞ୍ଚାୟତ ପ୍ରାର୍ଥୀଙ୍କ ସ୍ୱାମୀ

Spread the love

କୋଲକାତା : ନିକଟରେ ମୁର୍ସିଦାବାଦ ଜିଲ୍ଲା ଅନ୍ତର୍ଗତ ହରିହରପଡା ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ ଜିତିଥିବା ତୃଣମୁଳ ପ୍ରାର୍ଥୀଙ୍କ ସ୍ୱାମୀଙ୍କୁ ବନ୍ଧୁକ ସହ ଗିରଫ କରାଯାଇଛି । ତାଙ୍କର ନାମ ଶରିଫୁଲ୍ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ସେ ରାସ୍ତାରେ ଜଣେ ସ୍ଥାନୀୟ ଦୋକାନୀଙ୍କୁ ଅତି ନିର୍ମମ ଭାବେ ମାଡ ମାରି ବନ୍ଧୁକ ଦେଖାଇ ଧମକ ଦେଇଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସେହି ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ରବିବାର ରାତିରେ ପୋଲିସ ଶରିଫୁଲଙ୍କ ଘରେ ଚଢାଉ କରିଥିଲା । ତାଙ୍କୁ ଗିରଫ କରିବା ପରେ ଏକ ସର୍ଚ୍ଚ ଅପରେସନ୍ କରାଯାଇଥିଲା ଏବଂ ଏକ ସିଙ୍ଗର ସଟର ବନ୍ଧୁକ ଜବତ କରାଯାଇଥିଲା । ଏହା ପରେ ତାଙ୍କୁ ଗିରଫ କରି ସୋମବାର ତାଙ୍କୁ  ବହରମପୁର ଜିଲ୍ଲା କୋର୍ଟରେ ହାଜର କରାଯାଇଥିଲା ।

Leave a Reply

Your email address will not be published. Required fields are marked *