ମୁମ୍ବାଇ: ମୁମ୍ବାଇ ହାଇକୋର୍ଟ ଶୁକ୍ରବାର ଦିନ ୭୨ ବର୍ଷୀୟ ସତ୍ୟନାରାୟଣ ରାଣିଙ୍କୁ ଜାମିନ ପ୍ରଦାନ କରିଛନ୍ତି। ୨୦୧୯ରେ ଗଡଚିରୋଲିରେ ନକ୍ସଲଙ୍କ ଦ୍ବାରା ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ପାଇଁ ଷଡଯନ୍ତ୍ରରେ ସେ ସମ୍ପୃକ୍ତ ଥିବା ନେଇ ଗିରଫ କରାଯାଇଥିଲା।
୨୦୧୯ ମେ ୧ ତାରିଖରେ ଗଡଚିରୋଲିରେ ହୋଇଥିବା ଆଇଇଡି ବିସ୍ଫୋରଣରେ କୁଇକ ରେସ୍ପନ୍ସ ଟିମର ୧୫ କର୍ମଚାରୀଙ୍କ ସହ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାର ଯାଞ୍ଚ ଏନଆଇଏକୁ ହସ୍ତାନ୍ତର କରାଯାଇଥିଲା। ଏହି ଘଟଣାରେ ରାଣିଙ୍କ ସମେତ ଅନ୍ୟ ୭ ଜଣଙ୍କୁ ପୁଲିସ ଗିରଫ କରିଥିଲା ଓ ଏମାନଙ୍କ ବିରୋଧରେ ୟୁଏପିଏ ଅନ୍ତର୍ଗତ ମାମଲା ରୁଜୁ କରାଯାଇଥିଲା। ଚଳିତ ବର୍ଷ ପ୍ରାରମ୍ଭରେ ଜଣେ ଅଭିଯୁକ୍ତ ଉପୁଗାଣ୍ଟିଙ୍କ କ୍ୟାନ୍ସରରେ ମୃତ୍ୟୁ ହୋଇଥିଲା।
ଶୁକ୍ରବାର ଦିନ ଜଷ୍ଟିସ ରେବତୀ ମୋହିତେ ଡେରେ ଓ ଜଷ୍ଟିସ ଭି ଜି ବିଷ୍ଟ ଜାମିନ ଦେବା କାଳରେ ଏନଆଇଏ ଅନ୍ୟ କେସର ପ୍ରମାଣ ରାଣିଙ୍କ ବିରୋଧରେ ବ୍ୟବହାର କରିବାକୁ ନେଇ ତିରସ୍କାର କରିଛନ୍ତି। ଏଥିସହ ତାଙ୍କ ବିରୋଧରେ ଏନଆଇଏ ଆଣିଥିବା କୌଣସି ଗୋଟିଏ ବି ଦୋଷ ସାବ୍ୟସ୍ତ ହୋଇନଥିବା କୋର୍ଟ କହିଛନ୍ତି। ରାଣିଙ୍କ ଓକିଲ କୋର୍ଟଙ୍କୁ ଜଣାଇଛନ୍ତି କି, ଯେତେବେଳେ ବିସ୍ଫୋରଣ ହୋଇଥିଲା ରାଣି ତାଙ୍କ କ୍ୟାନ୍ସର ପୀହିତା ସ୍ତ୍ରୀଙ୍କ ଚିକିତ୍ସା ପାଇଁ ହାଇଦ୍ରାବାଦରେ ଥିଲେ। ୭୨ ବର୍ଷୀୟ ରାଣି ମସ୍ତିକ ଜନିତ ରୋଗରେ ପୀଡିତ ଅଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now