ଦେଶି ମଦ ଚାଲାଣ ବେଳେ ଚଢଉ : ୨ ଗିରଫ

Spread the love

ଜୟପୁର : ଦେଶି ମଦ ଚାଲାଣ ବେଳେ ଚଢଉ କରି ଦୁଇ ଜଣଙ୍କୁ ଗିରଫ କରିଛି ଜୟପୁର ଅବକାରି ବିଭାଗ । ଗିରଫ ଦୁଇ ଅଭିଯୁକ୍ତ ବଡିଗୁଡାର ମଙ୍ଗଳା କନସାରି ଓ ଦେଓଗୁଡାର ରବି ଜାନୀ ।

ଅବକାରି ବିଭାଗର ସୂଚନା ଅନୁଯାୟୀ, ଦେଶି ମଦ ଚାଲାଣ ହେଉଥିବା ସୂଚନା ପାଇ ଜୟପୁର ଅବକାରି ବିଭାଗ ଚଢଉ କରିଥିଲା । ବଡିଗୁଡା ଓ ଦେଓଗୁଡାର ଗ୍ରାମ ରାସ୍ତାରେ ଚଢଉ କରି ମଙ୍ଗଳା କନସାରି ଓ ରବି ଜାନି ଠାରୁ ୧୬ ଲିଟର ଦେଶି ମଦ ଜବତ କରିଛି। ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଜୟପୁର ଅବକାରି ବିଭାଗ ତରଫରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *