ଚାର୍ଲିଙ୍କ ପତ୍ନୀଙ୍କ ଭାବୁକ ବାର୍ତ୍ତା: କାହିଁକି ମାରିଲା ରବିନସନ?

ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ତଥା କଞ୍ଜରଭେଟିଭ ଆକ୍ଟିଭିଷ୍ଟ ଓ ଇନଫ୍ଲୁଏନ୍ସର ଚାର୍ଲି କିର୍କଙ୍କୁ ଗୁଳି କରି ହତ୍ୟା କରିଦିଆଗଲା। ଆଉ ପ୍ରଥମ ଥର ତାଙ୍କ ପତ୍ନୀ ଏରିକାଙ୍କ ଭାବବିହ୍ୱଳ ସମ୍ୱୋଧନ ସାମ୍ନାକୁ ଆସିଛି। କିର୍କଙ୍କ ମିଶନକୁ ସେ କେବି ବି ନଷ୍ଟ ହେବାକୁ ଦେବେନି। ଟ୍ରମ୍ପ ପ୍ରଶାସନ ଓ ଆଇନବ୍ୟବସ୍ଥାକୁ କୃତଜ୍ଞତା ଜ୍ଞାପନ ସହ ହତ୍ୟାକାରୀଙ୍କୁ ବି ଚେତାବନୀ ଦେଇଛନ୍ତି ଏରିକା। ଯେଉଁ ଅଫିସରୁ ଚାର୍ଲି ପୋଡକାଷ୍ଟକୁ ହୋଷ୍ଟ କରୁଥିଲେ। ସେହି ଅଫିସରୁ ଏରିକା ଏଭଳି ସମ୍ୱୋଧନ କରିଛନ୍ତି। ଚାର୍ଲି ନିଜ ପିଲାଙ୍କୁ ବହୁ ସ୍ନେହ କରୁଥିଲେ। ଆଉ ତାଙ୍କୁ ହୃଦୟରୁ ଭଲ ପାଉଥିଲେ। ଚାର୍ଲିଙ୍କ ହତ୍ୟାକାରୀକୁ ବି କଡ଼ା ସନ୍ଦେଶ ଦେଇଛନ୍ତି ଏରିକା। ଯଦିଓ ସେ ଅଭିଯୁକ୍ତ ଟାୟଲର ରବିନସନଙ୍କ ନାଁ ମୁହଁରେ ଧରିନଥିଲେ। ଏରିକା ୨୦୨୧ରେ ଚାର୍ଲିଙ୍କୁ ବିବାହ କରିଥିଲେ। ଦୁହିଁଙ୍କର ୩ ବର୍ଷର ଝିଅ ଓ ବର୍ଷକର ପୁଅ ଅଛି। ହତ୍ୟାକାରୀଙ୍କ ଉଦ୍ଦେଶ୍ୟରେ ଏରିକା କହିଛନ୍ତି, ସେ କଳ୍ପନା କରିନଥିବେ, ତାଙ୍କ ଭିତରେ ଯେଉଁ ନିଆଁ ଲାଗିଛି, ସେ ଜୀବନତମାମ ଲିଭିବନି। ଜଣେ ବିଧବାର ଆକୁଳ ଚିତ୍କାର ପୁରା ଦୁନିଆରେ ଯୁଦ୍ଧ ଭୂମିରେ ରଣକ୍ଷେତ୍ର ଭଳି ଗର୍ଜିବ। ତାଙ୍କ ସ୍ୱାମୀ ପରିବାର, ଦେଶ ଓ ପିଲାଙ୍କ ଲାଗି ଜୀବନ ଦେଇଦେଲେ। ତାଙ୍କ ସାହାସ, ଆସ୍ଥା ଓ ପରିବାର ପ୍ରତି ପ୍ରେମ ତାଙ୍କର ସବୁଠୁ ବଡ଼ ସମ୍ପତ୍ତି ଥିଲା। ଟ୍ରମ୍ପ ତାଙ୍କ ସ୍ୱାମୀଙ୍କୁ ଯେଭଳି ସମର୍ଥନ କରିଛନ୍ତି, ତାକୁ ପ୍ରଶଂସା କରିଛନ୍ତି। କାରଣ ଚାର୍ଲି ସେମିତି ଟ୍ରମ୍ପଙ୍କୁ ଆଖିବୁଜି ସମର୍ଥନ କରୁଥିଲେ। ଉପରାଷ୍ଟ୍ରପତି ଜେଡି ଭାନ୍ସ ଚାର୍ଲିଙ୍କ ପ୍ରିୟ ବନ୍ଧୁ ଥିଲେ। ଚାର୍ଲିଙ୍କ ବିଶ୍ୱାସ ଓ ବିରାସତକୁ ନେଇ ଏରିକା କହିଛନ୍ତି, ସେ ସବୁବେଳେ ଜୀବନକୁ ଆତ୍ମବିଶ୍ୱାସର ସହ ଜିଉଁଥିଲେ।ଚାର୍ଲିଙ୍କ ହତ୍ୟାର ମାଷ୍ଟରମାଇଣ୍ଡ ଥିଲେ ୨୨ ବର୍ଷୀୟ ଟାୟଲର ରବିନସନ। ଘର ୟୁଟାରେ। ଚାର୍ଲିଙ୍କୁ ମର୍ଡର କରିବା ପରେ ସେ ନିଜର ଜଣେ ପାରିବାରିକ ବନ୍ଧୁଙ୍କ ପାଖରେ ଦୋଷକୁ ସ୍ୱୀକାର କରିଥିଲେ। ରବିନସନଙ୍କ ବାପା ଓ ପାଦ୍ରିଙ୍କ ସହଯୋଗରେ ରବିନସନଙ୍କୁ ଗିରଫ କରାଯାଇଥିଲା। ରବିନସନଙ୍କୁ ସରେଣ୍ଡର ଲାଗି କହିଥିଲେ। ଏଫବିଆଇ ପ୍ରମୁଖ କାଶ ପଟେଲ ଓ ୟୁଟାର ଗଭର୍ଣ୍ଣର ସ୍ପେନସର କ୍ରକ୍ସ ପ୍ରେସମିଟରେ ଅଭିଯୁକ୍ତ ଓ ସେ ଗୁଳି କରିବା ପଛର କାରଣକୁ କହିଛନ୍ତି। ରବିନସନ ଏ ହତ୍ୟାକାଣ୍ଡରେ ଏକା ହିଁ ସାମିଲ୍ ଥିଲା। ରବିନସନ ନିଜ ପରିବାର ଲୋକଙ୍କୁ କହିଥିଲେ, ସେ ଚାର୍ଲିଙ୍କୁ ପସନ୍ଦ କରନ୍ତିନି। କାରଣ ସେ ଘୃଣାର ପ୍ରଚାର କରୁଛନ୍ତି। ସେପ୍ଟେମ୍ୱର ୧୦ ପୂର୍ବରୁ ରବିନସନ ଡିନରକୁ ଆସିଥିଲା ବେଳେ ପରିବାର ଲୋକଙ୍କୁ କହିଥିଲା, ଚାର୍ଲି କିର୍କ ୟୁଟା ଭାଲି ୟୁନିଭରସିଟି କ୍ୟାମ୍ପସକୁ ଆସୁଛନ୍ତି। ଜବତ ଗୁଳିର ଖୋକାରେ ଲେଖାଯାଇଥିଲା, ଫାସିଷ୍ଟକୁ ଧର। ଯଦି ଏହା ପଢୁଥାଅ,ତା ହେଲେ ତୁମେ ସମଲିଙ୍ଗୀ। ରବିନସନ ମର୍ଡରର ପ୍ଲାନ ଆଗରୁ କରିସାରିଥିଲା। ମେସେଜିଂ ଆପ୍ ଡିସକୋର୍ଡ ବ୍ୟବହାର କରିଥିଲା। ସେ ରାଇଫଲକୁ ବୁଦା ମୂଳରେ ଲୁଚାଇଥିଲା। ଆଉ ସୁରକ୍ଷାକର୍ମୀଙ୍କ ହାତରେ ଧରା ପଡ଼ିବା ଆଗରୁ ପୋଷାକକୁ ବି ବଦଳାଇଦେଇଥିଲା। ଗୁଳି କରିବା ପରେ ତଉଲିଆ ତଳେ ଲୁଚାଇଦେଇଥିଲା। ତଦନ୍ତରୁ ଜଣାପଡ଼ିଛି, ରବିନସନଙ୍କ ପରିବାର ଅସ୍ତ୍ରଶସ୍ତ୍ର ଓ ସୁଟିଂ ରେଞ୍ଜ ସହ ଜଡ଼ିତ ଥିଲେ। ନିକଟରେ ରବିନସନ ରାଜନୀତିରେ ବି ରୁଚି ରଖିଥିଲେ। ଆଉ ଚାର୍ଲିଙ୍କୁ ନେଇ କ୍ରମାଗତ ନକରାତ୍ମକ ଟିପ୍ପଣୀ ଦେଉଥିଲେ। ଚାର୍ଲି କିର୍କଙ୍କୁ ଗୁଳି କରି ମାରିଦେଲା ରବିନସନ। ଇନଫ୍ଲୁଏନ୍ସର ଘୃଣାର ପ୍ରଚାର କରୁଥିବା ନେଇ ମନରେ ଜଳୁଥିଲା ପ୍ରତିଶୋଧର ନିଆଁ। ଆଉ ଶେଷରେ ଏଭଳି ଚରମନିଷ୍ପତ୍ତି ନେଇଗଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *