ଦୁଷ୍କର୍ମ ମାମଲାରେ ଉଦିତ୍ ଦଳରୁ ସସପେଣ୍ଡ- ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କଲା କଂଗ୍ରେସ

ଜଣେ ଛାତ୍ରୀଙ୍କୁ ପାନୀୟରେ ନିଶା ଦେଇ ଦୁଷ୍କର୍ମ ମାମଲାରେ ଗିରଫ ହେବା ପରେ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ଦଳ ତୁରନ୍ତ ନିଲମ୍ୱିତ କରିଛି। ଏନଏସୟୁଆଇର ରାଷ୍ଟ୍ରୀୟ ସଭାପତି ବରୁଣ ଚୌଧୁରୀ ଉଦିତଙ୍କୁ ନିଲମ୍ୱନ କରିଛନ୍ତି। ଏଭଳି ଅନ୍ୟାୟ ବିରୁଦ୍ଧରେ ଏନଏସୟୁଆଇ ସଦା ଶୂନ୍ୟ ସହନଶୀଳତା ନୀତି ଆପଣାଇଛି ଆଉ ନ୍ୟାୟ ଓ ଉତ୍ତରଦାୟିତ୍ୱ ପ୍ରତି ସବୁବେଳେ ପ୍ରତିବଦ୍ଧତା ଦେଖାଇଆସିଛି ବୋଲି କହିଛନ୍ତି ବରୁଣ।

ସେପଟେ ଉଦିତଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗ ଘଟଣା ସମ୍ପର୍କରେ ତଥ୍ୟ ଅନୁଧ୍ୟାନ କରିବାକୁ ପିସିସି ସଭାପତି ଭକ୍ତଚରଣ ଦାସ ୬ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଛନ୍ତି। ପିସିସି ଉପସଭାପତି ସସ୍ମିତା ବେହେରାଙ୍କ ଅଧ୍ୟକ୍ଷତାରେ ଏହି କମିଟିରେ ଅଛନ୍ତି ବିଧାୟିକା ସୋଫିଆ ଫିର୍ଦ୍ଦୋସ, ପିସିସି ସମ୍ପାଦିକା ଦେବସ୍ମିତା ଶର୍ମା, ସୋନାଲି ସାହୁ, ଜୟଶ୍ରୀ ପାତ୍ର ଓ ମନିଶା ଦାସ ପଟ୍ଟନାୟକ। ଏହି କମିଟି ଅଭିଯୋଗକାରିଣୀଙ୍କୁ ଭେଟି ତାଙ୍କ ସହ ଆଲୋଚନା କରିବେ। ଆଉ ଏକ ବିସ୍ତୃତ ରିପୋର୍ଟ ପିସିସି କାର୍ଯାଳୟରେ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି ଭକ୍ତ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *