ଉନ୍ନାଓ ଦୁଷ୍କର୍ମ ମାମଲା- କୁଲଦୀପଙ୍କୁ ହାଇକୋର୍ଟରୁ ଜାମିନ୍, ହେଲେ ଏବେ ଜେଲରୁ ପାଇବେନି ମୁକ୍ତି

ଉନ୍ନାଓ ଦୁଷ୍କର୍ମ ମାମଲାରେ ବହିଷ୍କୃତ ବିଜେପି ନେତା କୁଲଦୀପ ସିଂ ସେଙ୍ଗାରଙ୍କ ଆଜୀବନ କାରାଦଣ୍ଡକୁ ସସପେଣ୍ଡ କଲେ ଦିଲ୍ଲୀ ହାଇକୋର୍ଟ। ଏହା ସହ ସସର୍ତ୍ତମୂଳକ ଜାମିନ ଦେଇଛନ୍ତି। ଟ୍ରାଏଲ କୋର୍ଟ ପୂର୍ବତନ ବିଧାୟକ କୁଲଦୀପଙ୍କୁ ଆଜୀବନ କାରାଦଣ୍ଡ ଦେଇଥିଲେ। ଜଷ୍ଟିସ ସୁବ୍ରମଣ୍ୟମ ପ୍ରସାଦ ଓ ଜଷ୍ଟିସ ହରିଶ ବୈଦ୍ୟନାଥନ ଶଙ୍କରଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ତେବେ ପୀଡ଼ିତାଙ୍କ ବାପାଙ୍କୁ ହତ୍ୟାକାଣ୍ଡ ମାମଲାରେ ୧୦ ବର୍ଷ ସଜ୍ଜା କାରଣରୁ ସେ ଜେଲରୁ ତତ୍କାଳ ବାହାରିବେନି। ୧୫ଲକ୍ଷ ଟଙ୍କାର ପର୍ସନାଲ ବଣ୍ଡ୍ ସହ ୨ଜଣ ଜାମିନଦାରଙ୍କ ସ୍ୟୁରିଟିରେ ଏଭଳି ରିହାତି ଦେଇଛନ୍ତି ଅଦାଲତ। ପୀଡ଼ିତାଙ୍କ ଘରର ୫ କିଲୋମିଟର ପରିଧି ଭିତରକୁ ଅଭିଯୁକ୍ତ ଯାଇପାରିବେନି। ଅପିଲ୍ ପେଣ୍ଡିଂ ବେଳେ ଦିଲ୍ଲୀରେ ରହିବେ। ଯଦି ସେ ଦୋଷୀ ସାବ୍ୟସ୍ତ ହେବେ, ତାହେଲେ ସେ ସଜ୍ଜା କାଟିଥିବାର ବାକି ସମୟ ପୂରଣ କରିବେ। ପୀଡ଼ିତା କି ତାଙ୍କ ମାଆଙ୍କୁ କୌଣସିପ୍ରକାର ପ୍ରତ୍ୟକ୍ଷ କି ପରୋକ୍ଷ ଧମକଚମକ ଦେବେନି। ଟ୍ରାଏଲ କୋର୍ଟରେ ନିଜର ପାସପୋର୍ଟ ଦାଖଲ କରିବେ। ପ୍ରତି ସୋମବାର ସକାଳ ୧୦ଟାରେ ସ୍ଥାନୀୟ ପୁଲିସ ଷ୍ଟେସନରେ ରିପୋର୍ଟ କରିବେ। କ୍ରିମିନାଲ ଅପିଲ୍ ଓ କ୍ରିମିନାଲ ଆପ୍ଲିକେସନକୁ ତାଲିକାଭୁକ୍ତ କରି ପରବର୍ତ୍ତୀ ଶୁଣାଣୀ ଜାନୁଆରୀ ୧୫ରେ କରାଯିବ ବୋଲି କହିଛନ୍ତି ଅଦାଲତ। ଜାମିନର କୌଣସି ସର୍ତ୍ତର ଉଲ୍ଲଂଘନ ହେଲେ ତାକୁ ତୁରନ୍ତ ରଦ୍ଦ କରିଦିଆଯିବ। ଚଳିତ ବର୍ଷ ଆରମ୍ଭରୁ ସେଙ୍ଗାରଙ୍କୁ ଅନ୍ତରୀଣ ଜାମିନ୍ ମିଳିଥିଲା। ଏମ୍ସରେ ସର୍ଜରି ପାଇଁ ଏହି ଜାମିନ ମିଳିଥିଲା। ଗଲା ବର୍ଷ ଡିସେମ୍ୱରରେ ବି ସମାନ ରିଲିଫ୍ ମିଳିଥିଲା କୋର୍ଟରୁ। ପୀଡ଼ିତାଙ୍କୁ ଦୁଷ୍କର୍ମ ଓ ତାଙ୍କ ବାପାଙ୍କୁ ମର୍ଡର ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ସେଙ୍ଗାର। ମଖି ପୁଲିସ ଅଫିସରଙ୍କ ସହ ମଧୁଚନ୍ଦ୍ରିକାରୁ ଏଭଳି କାଣ୍ଡ ଭିଆଇଥିଲେ। ତାଙ୍କୁ ଏ ମାମଲାରେ ତଳ କୋର୍ଟ ଆଜୀବନ କାରାଦଣ୍ଡ ଦେଇଥିଲେ। ପୀଡ଼ିତାଙ୍କ ଅନୁରୋଧ କ୍ରମେ ସୁପ୍ରିମକୋର୍ଟଙ୍କ ନିର୍ଦେଶରେ ୨୦୧୯ରେ ଟ୍ରାଏଲକୁ ତିସ୍ ହଜାରି କୋର୍ଟକୁ ଟ୍ରାନ୍ସଫର ହୋଇଥିଲା। ସର୍ବୋଚ୍ଚ ଅଦାଲତର ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କୁ ଚିଠି ଲେଖିଥିଲେ ପୀଡ଼ିତା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *