ଧନବର୍ଷା ନାଁରେ ଏକ ଠକ କମ୍ପାନୀ ଅବିବାହିତ ଝିଅଙ୍କୁ ଯୌନଶୋଷଣ କରୁଥିଲା। ୟୁପିର ସମ୍ଭଲ ପୁଲିସ ଏଭଳି ଏକ ରାକେଟକୁ ଧରିଛି। ଧରାପଡ଼ିଥିବା ଗ୍ୟାଙ୍ଗର ମୋବାଇଲରୁ ଅନେକ ଆପତ୍ତିଜନକ ଓ ଅଶ୍ଳୀଳ ଭିଡ଼ିଓ, ଫଟୋ ଜବତ ହୋଇଛି। ପୀଡ଼ିତାମାନଙ୍କ ଏକ ବିସ୍ତୃତ ତାଲିକା ପୁଲିସକୁ ମିଳିଛି। ୧୮ରୁ ୨୨ ବର୍ଷ ବର୍ଗର ପୁରୁଷ ଓ ମହିଳାଙ୍କ ନାଁ, ବୟସ, ଉଚ୍ଚତା, ଓଜନ, ଶାରୀରିକ ମାପ ଓ ଏପରିକି ଝିଅମାନଙ୍କର ମାସିକ ପିରିୟଡ଼ର ତାରିଖ ସହ ସମସ୍ତ ତଥ୍ୟ ଭିଡ଼ିଓଗ୍ରାଫି ହୋଇଥିଲା। ଏହା ସହ ପେଚା, କଇଁଛ ଓ ତସ୍କରୀ ହୋଇଥିବା ବନ୍ୟଜନ୍ତୁର ଫଟୋ ବି ଥିଲା। ଏ ସବୁ ଜନ୍ତୁଙ୍କୁ ବଳି ଦିଆଯିବାର ସଙ୍କେତ ଥିଲା। ଏହି ଗ୍ୟାଙ୍ଗର ମୁଖ୍ୟତଃ ଅବିବାହିତ ଝିଅ ହିଁ ଟାର୍ଗେଟ ଥିଲା। ଝିଅଙ୍କୁ ଚୟନ କରିବାକୁ ବିଶେଷ ମାପଦଣ୍ଡ ପୂରଣ କରିବା ଅନିର୍ବାର୍ଯ୍ୟ ଥିଲା। ଅବିବାହିତ ଝିଅ ମୂଳ ମାପଦଣ୍ଡ ଅଟେ। ଝିଅଙ୍କ ଉଚ୍ଚତା ସର୍ବନିମ୍ନ ୫ଫୁଟ୍ ୫ଇଞ୍ଚ୍ ଅନିର୍ବାର୍ଯ୍ୟ। ଶରୀରରେ କୌଣସି ଚିହ୍ନ ନଥିବ। କ୍ଷତ କି ଟାଟୁ ବି ନଥିବା ଦରକାର। ଝିଅ ସହ କୌଣସି ରୋମାଣ୍ଟିକ୍ ଅଥବା ଯୌନସମ୍ୱନ୍ଧ ହୋଇନଥିବ। ଯେଉଁ ଝିଅର ଚେହେରା ଯେତେ ସୁନ୍ଦର, ଆଉ ଶାରୀରିକ ଗଢ଼ଣ ପରଫେକ୍ଟ ଥିବ। ଧନର ସମ୍ଭାବନା ତା ଉପରେ ଅଧିକ ରହିବ। ଝିଅଙ୍କୁ ଗୁରୁଙ୍କ ସହ ଗୋଟିଏ ରୁଦ୍ଧଦ୍ୱାରରେ ବସାଯାଉଥିଲା। ଆଉ ପ୍ରସାଦ ଦିଆଯାଉଥିଲା। ତା ପରେ ଝିଅଟିକୁ ଆଖି ବନ୍ଦ କରିବାକୁ କୁହାଯାଏ। ଅଭିଯୁକ୍ତ ୧୪ ଜଣଙ୍କୁ ପୁଲିସ ଗିରଫ କରିଛି। ଝିଅଙ୍କୁ ଯୌନଶୋଷଣ କରି ଧନବର୍ଷା ନାଁରେ ଏମିତି ୧୪ ଜଣିଆ ତାନ୍ତ୍ରିକ ଗ୍ୟାଙ୍ଗର ଫର୍ଦ୍ଦାଫାସ କରିଛି ପୁଲିସ।

Naxatra News is now on Whatsapp
Join and get latest news update delivered to you via whatsapp
Join Now