ବନ୍ଦେ ଭାରତ ଏକ୍ସପ୍ରେସରେ ସିଟକୁ ନେଇ ହଙ୍ଗାମା। ବିଜେପି ବିଧାୟକଙ୍କ ସମର୍ଥକଙ୍କ ମାଡ଼ରେ ଲହୁଲୁହାଣ ହେଲେ ଯାତ୍ରୀ। ଝାନ୍ସିରୁ ଭୋପାଳ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରୀ ଓ ବିଜେପି ବିଧାୟକଙ୍କ ପରିବାର ଭିତରେ ସିଟକୁ ନେଇ ଆଗ ବଚସା ଓ ପରେ ହାତାହାତି ଯାଏ କଥା ଯାଇଥିଲା। ଝାନ୍ସି ଷ୍ଚେସନରେ ଚଢ଼ିଥିବା ଭୋପାଳର ଯାତ୍ରୀ ରାଜକୁମାରଙ୍କୁ କିଛି ଲୋକ ପିଟି ପିଟି ଅଧମରା କରିଥିବାର ଅଭିଯୋଗ ହୋଇଛି। ଅଭିଯୋଗ ହୋଇଛି ଯେ, ବବିନାର ବିଜେପି ବିଧାୟକ ରାଜୀବ ସିଂ ପରିହାରଙ୍କ ଏମାନେ ସମର୍ଥକ ଥିଲେ। ଟ୍ରେନର କୋଚ-୨ରେ ଏ ଘଟଣା ଘଟିଥିଲା। ସିଟ୍ ଅଦଳବଦଳକୁ ନେଇ କଥା ଏତେ ବିଗିଡ଼ିଗଲା ଯେ, ଗାଳିଗୁଲଜ ସାଙ୍ଗକୁ ମାଡପିଟ୍ ହୋଇଥିଲା। ବିଧାୟକଙ୍କ କହିବା କଥା, ତାଙ୍କ ପରିବାର ଏକାଠି ବସିବାକୁ ଚାହୁଁଥିଲେ। ସେଥିଲାଗି ରାଜକୁମାରଙ୍କୁ ସିଟ୍ ଅଦଳବଦଳ ନେଇ ଅନୁରୋଧ କରିଥିଲେ। କିନ୍ତୁ ରାଜକୁମାର ଦୁର୍ବ୍ୟବହାର କରିବା ସହ ଅଶୋଭନୀୟ ଭାଷାର ପ୍ରୟୋଗ କରିଥିଲେ। ଏହି ଘଟଣାକୁ ନେଇ ଜିଆରପିରେ ଅଭିଯୋଗ ହୋଇଛି। ତେବେ ସୋସିଆଲ ମିଡିଆରେ ଏହାକୁ ନେଇ ୟୁଜର୍ସ କହିଛନ୍ତି କି, ବନ୍ଦେ ଭାରତ ଟ୍ରେନ ଭଳି ହାଇଟେକ୍ ଟ୍ରେନରେ ବି ଭିଆଇପି କଲଚର ଜାରି ରହିଛି। ଆଉ ସାଧାରଣ ଯାତ୍ରୀ ମାଡ଼ ଖାଉଥିବେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now