ଲାଞ୍ଚ ନେଇ ଧରାପଡିଲେ ପଶୁ ଡାକ୍ତର

Spread the love

ଭୁବନେଶ୍ୱର : ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି ଜଣେ ପଶୁ ଡାକ୍ତର । ଗଞ୍ଜାମ ଜିଲ୍ଲାର ଆସ୍କା ବ୍ଲକ୍ ଭେଟେନାରୀ ଅଫିସର ଡାକ୍ତର ରବିନାରାୟଣ ସାହୁ ୯ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ମୋବାଇଲ ଭେଟେନାରୀ ୟୁନିଟ୍ ଭାବେ ବ୍ୟବହାର କରିବା ଲାଗି ଜଣେ ବୋଲେରୋ ମାଲିକଙ୍କ ଠାରୁ ଡା. ସାହୁ ଲାଞ୍ଚ ନେଉଥିଲେ । ସୂଚନା ପାଇଁ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଲାଚ ଟଙ୍କା ସହ ଧରିଥିଲେ । ଏନେଇ ଭିଜିଲାନ୍ସ ଥାନାରେ ଏକ ମାମଲାରୁଜୁ ହୋଇଥିବା ବେଳେ ଡାକ୍ତର ରବିନାରାୟଣଙ୍କ ୩ଟି ଠିକଣାରେ ଚଢ଼ାଉ କରାଯାଉଛି ।

Leave a Reply

Your email address will not be published. Required fields are marked *