ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅପରେଟର

ନୂଆପଡା:  ଭିଜିଲାନ୍ସ ଜାଲରେ ଖଡିଆଳ ତହସିଲର ଡାଟା ଏଣ୍ଟ୍ରି ଅପରେଟର। ରେସିଡେନ୍ସ ସାର୍ଟିଫିକେଟ୍ କରାଇ ଦେବାକୁ ୩୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡିବସିଛି ଭିଜିଲାନ୍ସ। ଭିଜିଲାନ୍ସ ଜାଲରେ ପଡିଥିବା ଡାଟା ଏଣ୍ଟ୍ରି ଅପରେଟର ହେଲେ ଭୋଲା ମହେଶ୍ୱର ଦଣ୍ତସେନା।

୧୫ ଜଣଙ୍କୁ ରେସିଡେନସ୍ ସାର୍ଟିଫିକେଟ୍ କରାଇ ଦେବା ପାଇଁ ସେ ମୁଣ୍ଡ ପିଛା ୨ ହଜାର ଲେଖା ଲାଞ୍ଚ ମାଗିଥିଲେ। ଏହାକୁ ନେଇ ଭିଜିଲାନ୍ସରେ କିଛି ଲୋକ ଅଭିଯୋଗ କରିଥିଲେ। ଦଣ୍ଡସେନାଙ୍କୁ ଧରିବାକୁ ବିଛାଯାଇଥିଲା ଜାଲ। ଯୋଜନା ମୁତାବକ ବୁଧବାର ରାନୀମୁଣ୍ତା ଗ୍ରାମର ନିତ୍ୟାନନ୍ଦ ହିଆଲଙ୍କ  ଭୋଲା ମହେଶ୍ୱରଙ୍କୁ ୩୦ ହଜାର ଟଙ୍କା ଲାଞ୍ଚ ଦେଇଥିଲେ। ଦଣ୍ଡସେନା ଟଙ୍କା ହାତେଇବା ବେଳକୁ ସେଠାରେ ଜଗି ବସିଥିବା ଭିଜିଲାନ୍ସ ତାଙ୍କୁ ମାଡି ବସିଲା। ତାଙ୍କଠାରୁ ୩୦ ହଜାର ଟଙ୍କା ଜବତ କରିବା ସହ ତାଙ୍କୁ ନିଜ କବଜାକୁ ନେଇ ତଦନ୍ତ ଚଳାଇଛି ଭିଜିଲାନ୍ସ।  କୋରାପୁଟ ଭିଜିଲାନ୍ସ ତାଙ୍କ ପୈତୃକ ଘର ବୋଡେନ ଥାନା ଖଇରା ଗାଁ ଘରେ ଚଢାଉ କରିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *