ଆୟ ବହିର୍ଭୁତ ଠୁଳ ଅଭିଯୋଗରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

Spread the love

ଭୁବନେଶ୍ୱର : ଆୟ ବହିର୍ଭୁତ ଠୁଳ ଅଭିଯୋଗରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଉଛି । ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଭିଜିଲାନ୍ସ ବିଭାଗର 9 ଟି ଟିମ ନବରଙ୍ଗପୁର ସରକାରୀ ବାସଭବନ , କାର୍ଯ୍ୟାଳୟ ସହ ଭଦ୍ରକରେ ଥିବା ନିଜ ବାସ ଭବନ , ଭୁବନେଶ୍ୱର ସ୍ଥିତ କାନନ ବିହାର ର ଏକ ଘର ସମେତ ମୋଟ 9ଟି ସ୍ଥାନରେ ଚଢାଉ କରୁଛନ୍ତି । ଚଢାଉ ବେଳେ ନବରଙ୍ଗପୁରର ଅତିରିକ୍ତ ସବ କଲେକ୍ଟର ପ୍ରଶାନ୍ତ ରାଉତଙ୍କ ବିଭିନ୍ନ ଠିକଣାରୁ ମିଳିଛି ପୁଳାପୁଳା ଟଙ୍କା । ବର୍ତମାନ ସୁଦ୍ଧା 3 କୋଟି 2 ଲକ୍ଷ ଟଙ୍କା ଜବତ କରାଯାଇ ସରିଲାଣି । ଭୁବନେଶ୍ୱରରୁ ପାଖାପାଖି 2.25 କୋଟି ଟଙ୍କା ନଗଦ ଜବତ କରାଯାଇଥିବା ବେଳେ ନବରଙ୍ଗପୁରରୁ 77 ଲକ୍ଷ ଟଙ୍କା ଜବତ କରାଯାଇଛି ।

Leave a Reply

Your email address will not be published. Required fields are marked *