ଓଟିପି ସେୟାରିଂ ମାମଲାରେ ଗିରଫ ପଠାଣି ସାମନ୍ତକୁ ରିମାଣ୍ଡରେ ନେଇପାରେ ପଶ୍ଚିମବଙ୍ଗ ଏସଟିଏଫ୍‌

Spread the love

ଭୁବନେଶ୍ୱର : ଓଟିପି ସେୟାରିଂ ଓ ଆତଙ୍କୀ ଲିଙ୍କ୍ ମାମଲାରେ ଗିରଫ ହୋଇଥିବା ପଠାଣି ସାମନ୍ତକୁ ରିମାଣ୍ଡରେ ନେଇପାରେ ପଶ୍ଚିମବଙ୍ଗ ଏସଟିଏଫ୍ । ଆସନ୍ତାକାଲିଠାରୁ ପଠାଣିକୁ ୫ ଦିନିଆ ରିମାଣ୍ଡରେ ନେଇପାରେ ଏସଟିଏଫ୍ । ସିଲିଗୁଡି ଥାନାରେ ପଠାଣିସାମନ୍ତ ନାଁରେ ପୂର୍ବରୁ ରହିଛି ମାମଲା । ରିମାଣ୍ଡରେ ନେବା ପରେ ଏସଟିଏଫ୍ ପଠାଣିକୁ ଗୁଡୁ ମୁସଲିମ ଲିଙ୍କରେ ଅଧିକ ପଚରାଉଚରା ହୋଇପାରେ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ, ସିଲିଗୁଡ଼ି ଥାନାରେ ପଠାଣି ସାମନ୍ତ ନାଁରେ ପୂର୍ବରୁ ମାମଲା ରହିଛି । ରିମାଣ୍ଡ ସରିବା ପରେ ଝାରପଡ଼ା ଜେଲରେ ପଠାଣି ସାମନ୍ତକୁ ଏନଆଇଏ ଜେରା କରିବ । ପଠାଣି ସାମନ୍ତ ଓ ଅଭିଜିତ ସଞ୍ଜୟ ଜାମ୍ବୁରଙ୍କୁ ହୋଇପାରେ ମୁହାଁମୁହିଁ ଜେରା ହୋଇପାରେ । ପୂର୍ବରୁ ଏ ନେଇ ଏସଟିଏଫ୍ ଇେଣ୍ଟଲିଜେନ୍ସ ବ୍ୟୁରୋ ସହ ଯୋଗାଯୋଗରେ ରହିଛି । ଅଭିଯୁକ୍ତଙ୍କୁ ମୁମ୍ବାଇ ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍ ଜେରା କରିସାରିଛି । ଅଭିଯୁକ୍ତମାନେ ମ୍ୟୁଲ ଆକାଉଣ୍ଟ ଓ ପ୍ରି ଆକ୍ଟିଭେଟ ସିମ ଜରିଆରେ କାରବାର ଚଳାଇଥିଲେ ।

Leave a Reply

Your email address will not be published. Required fields are marked *