ଶାରୀରିକ ସମ୍ପର୍କ ପାଇଁ ପତ୍ନୀ ମାଗୁଛନ୍ତି ୫ହଜାର!

ସ୍ୱାମୀ ସ୍ତ୍ରୀଙ୍କ ଭିତରେ ସମ୍ପର୍କ ନିଆରା। ବିବାହର ପବିତ୍ର ବନ୍ଧନରେ ବାନ୍ଧି ହେବା ପରେ ଉଭୟଙ୍କ ଭିତରେ ଶାରୀରିକ ସମ୍ପର୍କ ଗଢ଼ି ଉଠିଥାଏ। ସାମାଜିକ ଜୀବନ ଓ ଦାମ୍ପତ୍ତ୍ୟ ଜୀବନରେ ଏହି ସମ୍ପର୍କ ମଝଭୁତ୍ କରିଥାଏ ଓ ଏହାର ଆବଶ୍ୟକତା ବି ଥାଏ। ତେବେ ଟଙ୍କା ନେଲେ ଯାଇ ପତିଙ୍କ ସହ ଶାରୀରିକ ସମ୍ପର୍କ ରଖିବାର ପତ୍ନୀଙ୍କ ଅଜବ ସର୍ତ୍ତକୁ ନେଇ ବେଙ୍ଗାଲୁରୁରୁ ଆସିଛି ଅଭାବନୀୟ ଘଟଣା। ବେଙ୍ଗାଲୁରୁରେ ରହୁଥିବା ଜଣେ ସଫ୍ଟଓ୍ୱେର ଇଞ୍ଜିନିୟର ନିଜ ପତ୍ନୀଙ୍କ ବିରୁଦ୍ଧରେ ଏଭଳି ଆରୋପ ଲଦିଛନ୍ତି। ତାଙ୍କ ପତ୍ନୀ କୁଆଡ଼େ ଶାରୀରିକ ସମ୍ପର୍କ ରଖିବାକୁ ଥରକରେ ୫ହଜାର ଟଙ୍କା ଡିମାଣ୍ଡ କରନ୍ତି। ସଫ୍ଟଓ୍ୱେର ଇଞ୍ଜିନିୟରଙ୍କ ନାଁ ହେଉଛି ଶ୍ରୀକାନ୍ତ। ଯିଏ ନିଜ ପତ୍ନୀ ଡିମାଣ୍ଡ କରୁଥିବାର ଭିଡ଼ିଓ ପୋଷ୍ଟ କରିଛନ୍ତି। ଶାରୀରିକ ସମ୍ପର୍କ ରଖିଲେ ସେ ଗର୍ଭବତୀ ହେଲେ ତାଙ୍କ ସୌନ୍ଦର୍ଯ୍ୟ ନଷ୍ଟ ହୋଇଯିବ। ଏହା ବଦଳରେ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ବାରମ୍ୱାର ଚାପ ପକାଉଛନ୍ତି ପତ୍ନୀ। କିନ୍ତୁ ଏହି ପ୍ରସ୍ତାବକୁ ଶ୍ରୀକାନ୍ତ ପ୍ରତ୍ୟାଖ୍ୟାନ କରିଦେବାରୁ ଦମ୍ପତ୍ତିଙ୍କ ଭିତରେ ନିରନ୍ତର ଝଗଡ଼ା ହେଉଥିଲା। ୨୦୨୨ରେ ଏମାନଙ୍କ ବିବାହ ହୋଇଛି। କିନ୍ତୁ ଶାରୀରିକ ସମ୍ପର୍କ ରଖିବାକୁ ପତ୍ନୀ ସବୁବେଳେ ଅନିଛୁକ। ନାନା ଆଳରେ ଝଗଡ଼ା କରି ତାଙ୍କୁ ମାନସିକ, ଶାରୀରିକ ନିର୍ଯାତନା ଦେଇଆସୁଛନ୍ତି। ଏପରିକି ଓ୍ୱାର୍କ ଫ୍ରମ୍ ହୋମ୍ ବେଳେ ଅନଲାଇନ ମିଟିଂରେ ସେ ବ୍ୟସ୍ତ ଥିଲା ବେଳେ ତାଙ୍କ ପତ୍ନୀ ଜାଣିଶୁଣି ଜୋରରେ ମ୍ୟୁଜିକ ବଜାଇ ଡିଷ୍ଟର୍ବ କରନ୍ତି। ପତ୍ନୀଙ୍କୁ ଛାଡ଼ପତ୍ର ଦେବାକୁ ମନସ୍ଥ କରିବାରୁ ଏବେ ତାଙ୍କ ପତ୍ନୀ ତାଙ୍କଠୁ ଅଲଗା ହେବାକୁ ୪୫ଲକ୍ଷ ଟଙ୍କା ଡିମାଣ୍ଡ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଶ୍ରୀକାନ୍ତ। ତେବେ ଶ୍ରୀକାନ୍ତଙ୍କ ପତ୍ନୀ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ତାଙ୍କ ସ୍ୱାମୀ ତାଙ୍କୁ ଜାଣିଶୁଣି ବଦନାମ କରିବାକୁ ପ୍ରୟାସ କରୁଛନ୍ତି। ସୋସିଆଲ ମିଡ଼ିଆରେ ଏହାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଆସିଛି। ଏତଲାରେ କେଉଁଠି ବି ଶ୍ରୀକାନ୍ତଙ୍କ ପତ୍ନୀ ଶାରୀରିକ ସମ୍ପର୍କ ରଖିବାକୁ ୫ହଜାର ଟଙ୍କା ଡିମାଣ୍ଡ କରୁଥିବା କଥା ଉଲ୍ଲେଖ ନାହିଁ ବୋଲି ସଦାଶିବନଗର ପୁଲିସ ସ୍ପଷ୍ଟ କରିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *