କାଳ ସାଜିଲା ଓ୍ୱାଟସଅପ ଚାଟ୍- ପତ୍ନୀକୁ ୧୯ଥର ଛୁରୀ ଭୁଷି ହତ୍ୟା କଲା ସ୍ୱାମୀ

ଅବୈଧ ସମ୍ପର୍କ ସନ୍ଦେହରୁ ପତ୍ନୀଙ୍କୁ ୧୯ଥର ଛୁରୀ ଭୁଷି ହତ୍ୟା କଲା ସ୍ୱାମୀ। ଗଳା କାଟି ମାରିଦେଲା। ଶ୍ୱଶୁର ଘରେ ଦିବ୍ୟାଙ୍ଗ ଶ୍ୱଶୁରଙ୍କ ଆଗରେ ହିଁ ପତ୍ନୀଙ୍କୁ ଏଭଳି ନିର୍ମମ ହତ୍ୟା କରିଛି। ଶ୍ୱଶୁରଙ୍କୁ ବି ଛୁରୀ ମାରିଥିଲା। କିନ୍ତୁ ଶ୍ୱଶୁର ଅଳ୍କକେ ବର୍ତ୍ତିଗଲେ। ୟୁପିର ବାଗଓ୍ୱତ ଜିଲ୍ଲାରୁ ଆସିଛି ଏଭଳି ଘଟଣା। ପତ୍ନୀ ନେହାକୁ ହତ୍ୟା କରି ସ୍ୱାମୀ ପ୍ରଶାନ୍ତର ସ୍ୱୀକାରୋକ୍ତିର ଭିଡ଼ିଓ ବି ପଡ଼ୋଶୀ କରିନେଇଥିଲେ। ପତ୍ନୀ ଶବ ପାଖରେ ହତ୍ୟାକାରୀ ପ୍ରଶାନ୍ତ ହାତରେ ଛୁରା ଧରି ଫୋନ୍ ଯୋଗେ ପରିବାର ଲୋକଙ୍କୁ ମର୍ଡର ବାବଦରେ ସୂଚନା ଦେଇଥିଲା। ଆଉ ପ୍ରଶାନ୍ତ କହିଥିଲା, ଯେଉଁ ଦିନ ବିବାହ ହେଲା। ସେବେଠୁ ସେ ନେହାକୁ କହିଦେଇଥିଲା, ଯଦି ତାହାର ଚରିତ୍ର ଖରାପ ବାହାରେ, ତାହେଲେ ତାକୁ ସେ ମାରିଦେବ। ଆଉ ଆଜି ସେ କାମ କରିଲି ବୋଲି ପରିବାର ଲୋକଙ୍କୁ ଫୋନରେ କହିଥିଲା। ଓଲା କ୍ୟାବ୍ ଚଲାଉଥିବା ପ୍ରଶାନ୍ତ ସହ ନେହାର ୬ ବର୍ଷ ତଳେ ପ୍ରେମସମ୍ପର୍କ ଗଢ଼ିଉଠିଥିଲା। ପ୍ରଥମେ ପ୍ରଶାନ୍ତ ମେଡିକାଲ ଷ୍ଚୋରରେ କାମ କରୁଥିଲା ବେଳେ ନେହା ପାଖରେ ଥିବା ଏକ କସମେଟିକ୍ ସେଣ୍ଟରରେ କାମ କରୁଥିଲେ। ଉଭୟଙ୍କ ଜାତି ଅଲଗା ଥିବାରୁ ଉଭୟଙ୍କ ବିବାହକୁ ନେଇ ପରିବାର ସହମତି ଜଣାଇନଥିଲେ। ଏହାକୁ ଦେଖି ଘରୁ ଫେରାର୍ ହୋଇ ପ୍ରେମ ବିବାହ କରିନେଇଥିଲେ ଦୁହେଁ। ପ୍ରଶାନ୍ତ ଓଲା ଗାଡ଼ି ଚଳାଇବା ଆରମ୍ଭ କରିଥିଲା। ସେମାନଙ୍କର ୪ ବର୍ଷର ପୁଅ ବି ଅଛି। ହତ୍ୟାକାରୀ ପ୍ରଶାନ୍ତ କହିଛି, ସେ ଯେତେବେଳେ ନେହାର ଓ୍ୱାଟସଅପ ହ୍ୟାକ୍ କରି ନିଜ ଫୋନରେ ଚଳାଇଥିଲେ। ସେତେବେଳେ ତାଙ୍କ ପତ୍ନୀ ପାଖକୁ ଆସୁଥିବା ମେସେଜ୍ ତାଙ୍କ ମୋବାଇଲକୁ ଆସିବାକୁ ଲାଗିଲା। ଓ୍ୱାଟସଅପ୍ ହ୍ୟାକ୍ କଥା ଜଣାପଡ଼ିବା ପରେ ନେହା ତାକୁ ଫୋନରେ ଧମକ ଦେଇଥିଲା। ଯେହେତୁ ଜେଲ୍ ପଠାଇବାକୁ କହିଥିଲେ ନେହା। ତା ପୂର୍ବରୁ ପ୍ରଶାନ୍ତ ସବୁଦିନ ଲାଗି ନେହାକୁ ରାସ୍ତାରୁ ହଟାଇଦେବାକୁ ଚିନ୍ତା କରିଥିଲା। ନେହାକୁ ମାରିବା ପରେ ତାହାର କୌଣସି ପଶ୍ଚାତାପ ନାହିଁ ବୋଲି କହିଛି ପ୍ରଶାନ୍ତ। ନେହାଙ୍କ ମା କହିଛନ୍ତି, ବିବାହ ପରେ ପ୍ରଶାନ୍ତ ସହ ନେହା ଖୁସିରେ ନଥିଲା। କାରଣ ପ୍ରଶାନ୍ତ ସବୁଦିନ ମଦ ପିଇ ଆସି ମାଡ଼ପିଟ୍ କରୁଥିଲା। କିଛି ଦିନ ତଳେ ନେହାକୁ ମାରିବାକୁ ବି ଧମକ ଦେଇଥିଲା ପ୍ରଶାନ୍ତ। ଏହି ଧମକକୁ ନେଇ ନେହା ପୁଲିସରେ ଅଭିଯୋଗ କରିଥିଲେ। ପୁଲିସ ଦୁଇ ପକ୍ଷକୁ ଡାକିଥିଲା। କିନ୍ତୁ ପ୍ରଶାନ୍ତ ଆସିନଥିଲା। ଝିଅର ହତ୍ୟାକାରୀକୁ କଡ଼ା ଦଣ୍ଡ ଦେବାକୁ ଦାବି କରିଛନ୍ତି ନେହାଙ୍କ ମାଆ। ହତ୍ୟା ବେଳେ ସ୍କୁଲ ଯାଇଥିଲା ୪ ବର୍ଷର ପୁଅ ଆର୍ଯ୍ୟନ। ଦ୍ୱିପ୍ରହର ବେଳେ ଫେରିବା ବେଳକୁ ଆଉ ମାଆ ନଥିଲା ଜୀବନରେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *