ହନିମୁନ୍‌ ଟ୍ରାଜେଡି- ଜୀବନଦୀପ ଲିଭାଇଦେଲା ଜୀବନସାଥୀ

ଜୁନ୍ ୧୦ରେ ବିବାହକୁ ମାସେ ପୁରିଥାଆନ୍ତା। ମେ ୧୦ରେ ସୋନମ ମଥାରେ ସିନ୍ଦୂର ଦେଇଥିଲେ ରାଜା ରଘୁବଂଶୀ। ବିବାହ ପୂର୍ବରୁ ରାଜାଙ୍କ ସମେତ ପୁରା ପରିବାର ଲୋକ କେତେ ଖୁସି ଥିଲେ, ଏହାର ବିଭିନ୍ନ ଭିଡ଼ିଓ ଭାଇରାଲ ପରେ ତାହା ବୟାନ କରୁଛି। ବରଯାତ୍ରୀରେ ବି ନିଜ ସାଙ୍ଗ ସହ ମଜାଦାର ରିଲ୍ସ କରିଥିଲେ ରାଜା। ହେଲେ କିଏ ଜାଣିଥିଲା ଯାହାକୁ ଜୀବନସାଥୀ କରୁଛନ୍ତି, ସେ ହିଁ ନିଷ୍ଠୁର ସାଜି ତାଙ୍କ ଜୀବନ ଦୀପ ଲିଭାଇବାକୁ ଚକ୍ରାନ୍ତ କରିଛି। ମେଘାଳୟରେ ହନିମୁନ ପ୍ଲାନିଂ କରି ନିଜ ପ୍ରେମିକ ସହ ମିଶି ସୁପାରୀକିଲରଙ୍କୁ ନିୟୋଜିତ କରି ରାଜାଙ୍କୁ ମର୍ଡର କରିଥିବା ସୋନମ ଶେଷରେ ଧରା ପଡ଼ିଛି। ମେ ୨୩ରୁ ଅଚାନକ ଦମ୍ପତ୍ତି ନିଖୋଜ ହେବା, ଜୁନ୍ ୨ରେ ରାଜାଙ୍କ ଗଳିତ ଶବ ଉଦ୍ଧାର ପରେ ସୋନମ କୁଆଡ଼େ ଗଲେ ବୋଲି ଚର୍ଚ୍ଚା ଚାଲିଥିଲା। ୫ ବର୍ଷ ସାନ ପ୍ରେମିକ ରାଜ କୁଶଓ୍ୱାହା ସୋନମ ଘରେ ପ୍ଲାଏଉଡ୍ କାମ କରୁଥିଲା। କାରଣ ସୋନମଙ୍କ ବାପାଙ୍କ ପ୍ଲାଏଉଡ୍ ଫ୍ୟାକ୍ଟ୍ରି ଥିଲା। ଆଉ ଏଇଠାରୁ ହିଁ ଉଭୟଙ୍କ ଭିତରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ବଡ଼ କଥା ହେଲା, ଯେଉଁ ୪ ଅଭିଯୁକ୍ତ ଗିରଫ ହୋଇଛନ୍ତି, ସେମାନେ ଗୋଟିଏ ପରିବାରର ଲାଗୁଛି। ଅଭିଯୁକ୍ତମାନେ ହେଲେ ରାଘବେନ୍ଦ୍ର, ଆକାଶ, ରାଜନେନ୍ଦ୍ର ଓ ରାମନରେଶ ରାଜପୁତ। କାରଣ ସୋନମଙ୍କ ଭାଇ ଗୋବିନ୍ଦଙ୍କ ଭିନ୍ନ ଭିନ୍ନ ପ୍ରତିକ୍ରିୟା ବି ସନ୍ଦେହ ସୃଷ୍ଟି କଲାଣି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *