ପୁଣି ପତ୍ନୀ ନିର୍ଯାତନାରୁ ଆତ୍ମହତ୍ୟା କଲେ ଯୁବକ

ପତ୍ନୀଙ୍କ ନିର୍ଯ୍ୟାତନାରେ ଅତିଷ୍ଠ ହୋଇ ଆଉ ଜଣେ ଯୁବକ ଜୀବନ ହାରିଲା। ୟୁପିର ହମିରପୁରରେ ଯୁବକ ଜଣକ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ମରିବା ଆଗରୁ ଭିଡ଼ିଓ କରି ନିଜ ପତ୍ନୀ ଓ ଶାଶୁଙ୍କ ଉତ୍ପୀଡ଼ନର କେମିତି ଶୀକାର ହୋଇଥିଲେ, ତାହାର ଅବତାରଣା କରିଛନ୍ତି।

ପ୍ରେମ ଏବେ ଏମିତି ଏକ ସ୍ଥିତିକୁ ଆସି ପହଞ୍ଚିସାରିଛି ଯେ, ସରିବା ଛଡ଼ା ଆଉ ବିକଳ୍ପ ବାଟ ନାହିଁ। ସେ ମରିବା ପରେ ତାଙ୍କ ପୁଅ ଓ ଝିଅକୁ ତାଙ୍କ ଭଉଣୀକୁ ଦିଆଯାଉ। ନଚେତ୍ ତାଙ୍କ ଘରେ ପହଞ୍ଚାଇଦିଆଯାଉ। ପତ୍ନୀ ଓ ଶାଶୁଙ୍କୁ କଡ଼ା ଦଣ୍ଡ ମିଳୁ। କିନ୍ତୁ ଶାଳକ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ଅଟନ୍ତି ବୋଲି କହିଛନ୍ତି ମୃତକ ରାଜେଶ କୁମାର। ଦୁଇ ଦିନ ତଳେ ଦିଲ୍ଲୀର ୩୯ ବର୍ଷୀୟ ପୁନିତ ଅନୁରୂପ ଆରୋପ ଲଦି ଆତ୍ମହତ୍ୟା କରିଥିଲେ। ପତ୍ନୀ କେମିତି ତାଙ୍କୁ ମାନସିକ ନିର୍ଯ୍ୟାତନା ଦେଇଥିଲେ, ତାହାର ଅଡ଼ିଓ କ୍ଲିପ୍ ଭାଇରାଲ ହୋଇଥିଲା। ବିଳମ୍ୱିତ ରାତି ୩ଟାରେ ପତ୍ନୀଙ୍କ ସହ ଫୋନରେ ଝଗଡ଼ା ହୋଇଥିଲା। ଏହା ପରେ ୫୯ ମିନିଟର ଭିଡ଼ିଓରେ ପୁରା କାହାଣୀ କହି ଶେଷରେ ଝୁଲିପଡ଼ିଥିଲେ ପୁନିତ। ୪୦ ବର୍ଷୀୟ ପୁନିତ ଏକ କାଫେ ମ୍ୟାନେଜର ଭାବେ କାମ କରୁଥିଲେ। ନିଜ ପତ୍ନୀ ତଥା ତାଙ୍କ ବିଜନେସ ପାର୍ଟନର ମନିକା ଜଗଦୀଶ ପାହଓ୍ୱାଙ୍କ ସହ ଛାଡ଼ପତ୍ର ମାମଲା ଚାଲିଥିଲା। ଭିଡ଼ିଓରେ ପୁନିତ କହିଥିଲେ ଯେ, ତାଙ୍କୁ କିଭଳି ତାଙ୍କ ପତ୍ନୀ ଓ ଶ୍ୱଶୁର ଘର ମାନସିକ ରୂପରେ ପ୍ରତାରିତ କରୁଛନ୍ତି। ତାଙ୍କୁ ଧମକ ଓ ଗାଳିଗୁଲଜ କରାଯାଉଛି। ଏହାର କିଛି ଦିନ ଆଗରୁ ବେଙ୍ଗାଲୁରୁର ଇଞ୍ଜିନିୟର ଅତୁଲ ସୁବାଷଙ୍କ ଆତ୍ମହତ୍ୟା ଘଟଣା ସାରା ଦେଶରେ ହଇଚଇ ଖେଳାଇଦେଇଥିଲା। ଲମ୍ୱା ଭିଡ଼ିଓରେ ନିର୍ଯ୍ୟାତନାର ଟିକିନିଖି ବିବରଣୀ ଦେବା ପରେ ଆତ୍ମହତ୍ୟା କରିଦେଇଥିଲେ ଅତୁଲ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *