ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା ଅଭେିଯାଗ, ସ୍ୱାମୀ ଗିରଫ

Spread the love

ଭଦ୍ରକ : ଭଦ୍ରକ ଜିଲ୍ଲା ପୀରହାଟ ଥାନା ନରେନ୍ଦ୍ରପୁର ପଞ୍ଚାୟତ ଅଧୀନ ବରଦା ଗ୍ରାମର ମାଳତୀ ପାତ୍ର ନାମ୍ନୀ ଜଣେ ମହିଳାଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭେିଯାଗ ହୋଇଛି । ପୁଲିସ ଏ ସମ୍ପର୍କରେ ୧୨୪/୨୩ ଦଫା ୩୦୨, ୪୯୮(ଏ), ୩୦୪(ବି) ଓ ୩୪ ଦଫାରେ ମକଦ୍ଧମା ରୁଜୁ କରି ସ୍ୱାମୀ ରମାକାନ୍ତ ପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।

ବାଂଶଡ଼ା ଥାନା ଅଧୀନ ଜାଗୁଳା ଗ୍ରାମର ଗୟାଧର ରାଉଳଙ୍କ ଝିଅ ମାଳତୀଙ୍କୁ ୧୦/୧୨ ବର୍ଷ ତଳେ ବରଦା ଗ୍ରାମର ଖଗେଶ୍ୱର ପାତ୍ରଙ୍କ ପୁଅ ରମାକାନ୍ତ ପାତ୍ର ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ସମୟରେ ବରପକ୍ଷଙ୍କ ଦାବି ମୁତାବକ ଯୌତୁକ ଦିଆଯାଇଥିଲା । ମାତ୍ର ପରେ ଅଧିକ ଯୌତୁକ ଦାବି କରି ମାଳତୀଙ୍କୁ ଶଶୁରଘର ଲୋକ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ । ଏ ନେଇ କିଛିଦିନ ତଳେ ସ୍ଥାନୀୟ ଭଦ୍ରବ୍ୟକ୍ତିଙ୍କ ଜରିଆରେ ଆପୋଷ ସମାଧାନ ହୋଇଥିଲା । ମାତ୍ର ଜୁଲାଇ ୨ତାରିଖ ପୂର୍ବାହ୍ନ ୧୧ଟା ୩୦ମିନିଟ୍ ସମୟରେ ମାଳତୀ ଏକ ଗଛରେ ମୃତ୍ୟୁ ଅବସ୍ଥାରେ ଝୁଲୁଥିବା ବାପଘର ଲୋକ ଖବର ପାଇ ପହଞ୍ଚିଥିଲେ । ତାଙ୍କ ଝିଅକୁ ଯୌତୁକ ପାଇଁ ମାରି ଗଛରେ ଟଙ୍ଗାଇ ଦିଆଯାଇଥିବା ମାଳତୀର ଭାଇ ଶ୍ୟାମସୁନ୍ଦର ରାଉଳ ଅଭେିଯାଗ କରିଛନ୍ତି । ତେବେ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ସ୍ୱାମୀକୁ ଗିରଫ କରିବାରେ ସଫଳ ହୋଇଥିଲେ । ଏହି ଘଟଣାରେ ଥାନା ଅଧିକାରୀ ଗୟାଧର ବେହେରାଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ସୁପ୍ରକାଶ ମହାନ୍ତି ତଦନ୍ତ ଚଳାଇଛନ୍ତି ।

Leave a Reply

Your email address will not be published. Required fields are marked *