ତୁ ବାହାରେ ଦେଖା ହୁଅ- କେମିତି ବଞ୍ଚିକି ଯିବୁ ଦେଖିବୁ..

ତୁ ବାହାରେ ଭେଟିବୁ। ଦେଖିବୁ କେମିତି ବଞ୍ଚିକି ଯିବୁ। ଦିଲ୍ଲୀର ଏକ ଅଦାଲତରେ ଚେକ୍ ବାଉନ୍ସ ମାମଲାର ଶୁଣାଣୀ ଅବସରରେ ଜଣେ ଦୋଷୀ ଓ ତାଙ୍କ ଓକିଲ ମହିଳା ବିଚାରପତିଙ୍କୁ ଏଭଳି ଢଙ୍ଗରେ ଧମକ ଦେଇଛନ୍ତି। ମାମଲାରେ ଦୋଷୀ ସାବ୍ୟସ୍ତ ପରେ ମହିଳା ବିଚାରପତି କାହିଁକି ତାଙ୍କ ବିରୁଦ୍ଧରେ ରାୟ ଦେଲେ, ତାକୁ ନେଇ ନିଆଁବାଣ ହୋଇ ହିତାହିତ ଜ୍ଞାନ ଭୁଲିଯାଇଥିଲେ ବ୍ୟକ୍ତିଜଣକ। ବିଚାରପତିଙ୍କୁ ଦୁର୍ବ୍ୟବହାର କରିବା ସହ ଗାଳିଗୁଲଜ ଓ ମାରିବାକୁ ସମସ୍ତଙ୍କ ଆଗରେ ଧମକ ଦେଇଥିଲେ। ବିଚାରପତିଙ୍କ ଉପରକୁ କୌଣସି ବସ୍ତୁ ବି ଫିଙ୍ଗିବାକୁ ଉଦ୍ୟତ ହୋଇଥିଲେ। କେବଳ ଏତିକି ନୁହେଁ। ଅଭିଯୁକ୍ତଙ୍କ ଓକିଲ ଅତୁଲ କୁମାର ବି ମହିଳା ବିଚାରପତିଙ୍କୁ ଦୁର୍ବ୍ୟବହାର କରିଥିଲେ। ଧମକ ଓ ଗାଳିଗୁଲଜ ପରେ ବିଚାରପତି ନିର୍ଦେଶ ଦେଇଛନ୍ତି ଯେ, ବିଚାରପତିଙ୍କୁ ଏଭଳି ଧମକ ଦେଇଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ରାଷ୍ଚ୍ରୀୟ ମହିଳା ଆୟୋଗରେ ଅଭିଯୋଗ ଫର୍ଦ୍ଦ ହେବ। ଓକିଲ ଅତୁଲଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ଏଭଳି ଆଚରଣ ଲାଗି କୈଫୟତ ମଗାଯାଇଛି। ଲିଖିତରେ ଉତ୍ତରରେ ସ୍ପଷ୍ଟ କରିବେ ଓକିଲ। ତାଙ୍କ ବିରୁଦ୍ଧରେ ଅପରାଧିକ ଓ ଅଦାଲତ ଅବମାନନା ମାମଲା ଚାଲିବାର ବିଚାର ଲାଗି ହାଇକୋର୍ଟଙ୍କୁ ପଠାଯିବ। ମହିଳା ବିଚାରପତି ଶବାଙ୍ଗୀ ମଙ୍ଗଲା ଅଭିଯୁକ୍ତକୁ ଚେକ୍ ବାଉନ୍ସ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ପରବର୍ତ୍ତୀ ଶୁଣାଣୀ ପର୍ଯ୍ୟନ୍ତ ଧାରା ୪୩୭(ଏ)ର ସିଆରପିସିରେ ଜାମିନ ବଣ୍ଡ୍ ପ୍ରସ୍ତୁତ କରି ରଖିବାକୁ ନିର୍ଦେଶ ଦେଇଥିଲେ। ମହିଳା ବିଚାରପତିଙ୍କୁ ନିଜ ପଦବୀରୁ ଇସ୍ତଫା ଦେବାକୁ ଧମକ ଦେଇଥିଲେ ଉଭୟ। ଦୋଷୀଙ୍କୁ ଛାଡ଼ିବାକୁ ଚାପ ପକାଇଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *