ନାବାଳକ ଛାତ୍ର ସହ ବାରମ୍ୱାର ଯୌନ ଉତ୍ପୀଡ଼ନ ମାମଲାରେ ବନ୍ଧା ହେଲେ ଶିକ୍ଷୟତ୍ରୀ। ପ୍ରାୟ ବର୍ଷେ ହେଲା ଛାତ୍ର ସହ ଯୌନ ବ୍ୟଭିଚାର କରିଆସୁଥିଲେ ଶିକ୍ଷୟତ୍ରୀ। ଛାତ୍ରକୁ ଉତ୍ତେଜକ ଔଷଧ, ଚିନ୍ତାମୁକ୍ତ ଔଷଧ ଦେଇ ଫାଇଭ ଷ୍ଟାର ହୋଟେଲକୁ ନେଉଥିଲେ ଶିକ୍ଷୟତ୍ରୀ। ମୁମ୍ୱାଇ ପୁଲିସ ସହରର ଏକ ପ୍ରତିଷ୍ଠିତ ସ୍କୁଲର ୪୦ ବର୍ଷୀୟା ଶିକ୍ଷୟତ୍ରୀଙ୍କୁ ଏ ସନ୍ଦର୍ଭରେ ଗିରଫ କରିଛି। ଅଭିଯୁକ୍ତ ଶିକ୍ଷୟତ୍ରୀ ବିବାହିତା। ତାଙ୍କର ସନ୍ତାନ ବି ଅଛି। ଡିସେମ୍ୱର ୨୦୨୩ ସ୍କୁଲର ବାର୍ଷିକ ସମାରୋହରେ ଡ୍ୟାନ୍ସ ଗୃପ ତିଆରି ନେଇ ଆୟୋଜିତ ବୈଠକରେ ନାବାଳକ ଛାତ୍ର ସହ ସମ୍ପର୍କ ରଖିବାକୁ ଆଗ୍ରହ ପ୍ରକାଶ କରିଥିଲେ। ଜାନୁଆରୀ ୨୦ରେ ଛାତ୍ର ସହ ଯୌନସମ୍ପର୍କ ରଖିଥିଲେ ଶିକ୍ଷୟତ୍ରୀ। କିନ୍ତୁ ଯେତେବେଳେ ଛାତ୍ର ଏଭଳି ବାରମ୍ୱାର ଅନୁଚିତ ଆଗ୍ରହକୁ ଏଡ଼ାଇବାକୁ ପ୍ରୟାସ କଲେ। ଶିକ୍ଷୟତ୍ରୀ ଜଣକ ଜଣେ ମହିଳା ବନ୍ଧୁଙ୍କ ସହାୟତା ଲୋଡ଼ିଥିଲେ। ଯିଏ ସ୍କୁଲର ନଥିଲେ। ଆଉ ସଂପୃକ୍ତ ମହିଳା ମିତ୍ର ଛାତ୍ର ସହ ଯୋଗାଯୋଗ କରି ତାକୁ ବୁଝାଇଥିଲେ ଯେ, ଏଭଳି ସମ୍ପର୍କ ସାଧାରଣ କଥା। ସେ ଓ ତାଙ୍କ ଶିକ୍ଷୟତ୍ରୀ ପରସ୍ପର ପାଇଁ ହିଁ ତିଆରି ହୋଇଛନ୍ତି। ଏହା ପରେ ଶିକ୍ଷୟତ୍ରୀଙ୍କ ସହ ସମ୍ପର୍କ ରଖିବାକୁ ରାଜି ହୋଇଥିଲେ ଛାତ୍ରଜଣକ। ଛାତ୍ରକୁ କାରରେ ବସାଇ ଏକ ଶୂନଶାନ ଜାଗାକୁ ନେଇଯାଇଥିଲେ ଶିକ୍ଷୟତ୍ରୀ। ଆଉ ଯୌନ ଉତ୍ପୀଡ଼ନ କରିିଥିଲେ। ଏହା ପରେ ସାଉଥ ମୁମ୍ୱାଇ ଓ ବିମାନବନ୍ଦରପାଖରେ ଥିବା ଫାଇଭ-ଷ୍ଟାର ହୋଟେଲକୁ ନେଇ ଛାତ୍ରକୁ ନିଶା ଦେଇ ଯୌନକ୍ରିୟା ଲାଗି ବାଧ୍ୟ କରିଥିଲେ। ଏହାକୁ ନେଇ ଛାତ୍ରଙ୍କ ଟେନସନ ବଢ଼ିବାରୁ ଅଭିଯୁକ୍ତ ଚିନ୍ତାମୁକ୍ତ ଔଷଧ ବି ଦେଇଥିଲା। ପରିବାର ଛାତ୍ରଟିର ବ୍ୟବହାରରେ ଅସ୍ୱାଭାବିକତା ଦେଖି ଆଗ କଥା ଜାଣିବାକୁ ଚାହିଁଥିଲେ। ସବୁ ଜାଣି ବି ତୁରନ୍ତ ଏତଲା ଦେଲେନି। ପରୀକ୍ଷା ସରିବା ପରେ ଶିକ୍ଷୟତ୍ରୀ ଜଣକ ତା ସହ ସମ୍ପର୍କ ରଖିବା ବନ୍ଦ କରିଦେବେ ବୋଲି ଆଶା ଥିଲା ପରିବାରର। କିନ୍ତୁ ସ୍ଥିତି ଦିନକୁ ଦିନ ଖରାପ ହୋଇଚାଲିଲା। ନିଜ ଘରୋଇ କର୍ମଚାରୀଙ୍କ ଜରିଆରେ ଛାତ୍ରଟି ସହ ସମ୍ପର୍କ ରଖିବାକୁ ଆରମ୍ଭ କରିଥିଲେ ଶିକ୍ଷୟତ୍ରୀ। ଏହା ପରେ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହୋଇଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now