ସିମୁଳିଆ ମହୋତ୍ସବ ଉଦଘାଟିତ,ଯୋଗଦେଲେ ପଞ୍ଚାୟତରାଜ ମନ୍ତ୍ରୀ

ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ରିୟା ପଡ଼ିଆରେ ୧୧ ତମ  ସିମୁଳିଆ ମହୋତ୍ସବ ଉଦଘାଟନ ହୋଇଯାଇଛି l ମହୋତ୍ସବ କମିଟିର ସଭାପତି ଗୋକୁଳାନନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବାବେଳେ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା ମହୋତ୍ସବକୁ ଉଦଘଟାନ  କରିଥିଲେ। ମୁଖ୍ୟ ଅତିଥିଭାବେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଇକ ଯୋଗ ଦେଇ ସିମୁଳିଆ ଅଞ୍ଚଳ ଏକ ସଂଗ୍ରାମୀ ମାଟି କହିବା ସହିତ ଆଗାମୀ ଦିନରେ ସିମୁଳିଆ ଅଞ୍ଚଳର ପାନୀୟ ଜଳର ସୁଵ୍ୟଵସ୍ଥା କରିବା ସମେତ ସମସ୍ତ ସମସ୍ୟାକୁ ଦୂର କରିବାକୁ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।ଏଥିରେ ଅନ୍ୟତମ ଅତିଥି ଭାବେ ସିମୁଳିଆ ବ୍ଳକ ଅଧ୍ୟକ୍ଷ ବାବାଜୀ ଚରଣ ମଲ୍ଲିକ,ଖଇରା ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁଙ୍କ ସମେତ ବହୁ ନେତୃ ମଣ୍ଡଳୀ, ପ୍ରଶାସନିକ ଅଧିକାରି ପ୍ରମୁଖ ଉପସ୍ଥିତ ଥିଲେ l ସ୍ଥାନୀୟ ଅଞ୍ଚଳର କୁନି କୁନି ଛାତ୍ରଛାତ୍ରୀଙ୍କ ସମେତ  ସିନେ ଅଭିନେତା ଓ ଅଭିନେତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକର୍ମ ଅନୁଷ୍ଠିତ  ହୋଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *