ବଲିଉଡର ଚକୋଲେଟ ବୟ ତଥା ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନଙ୍କ ଆଜି ୬୦ତମ ବାର୍ଥଡେ। ତେବେ ଜନ୍ମଦିନର ଦିନକ ଆଗରୁ ନିଜର ଗାର୍ଲଫ୍ରେଣ୍ଡ ଗୌରୀ ସ୍ପ୍ରାଟଙ୍କ ବାବଦରେ ଖୁଲାସା କରିଛନ୍ତି ଅମିର୍। ତେବେ ଗୌରୀଙ୍କ ଫଟୋ ନେବାକୁ ଫଟୋଗ୍ରାଫରଙ୍କୁ ବାରଣ କରିଥିଲେ ଅମିର। କାରଣ ମିଡିଆ ସହ ଇନଫର୍ମାଲ ଇଣ୍ଟରଆକ୍ସନ କରୁଥିଲେ ଅମିର୍। ସେ ୨୫ ବର୍ଷ ତଳେ ଗୌରୀଙ୍କୁ ପ୍ରଥମେ ଭେଟିଥିଲେ। ଏହା ପରେ ଦୀର୍ଘ ବର୍ଷ ପରେ ତାଙ୍କର ଜଣେ ସମ୍ପର୍କୀୟଙ୍କ ଜରିଆରେ ପୁଣି ଯୋଡ଼ି ହୋଇଛନ୍ତି। ଦେଢ଼ ବର୍ଷ ତଳୁ ଉଭୟ ପରସ୍ପରକୁ ଡେଟିଂ କରିଆସୁଛନ୍ତି। ଗୌରୀ ଏମିତିରେ ହିନ୍ଦୀ ଫିଲ୍ମର ବଡ଼ ଫ୍ୟାନ୍ ନୁହଁନ୍ତି। ତେବେ ତାଙ୍କ ଅଭିନୀତ ତିନୋଟି ଫିଲ୍ମ ଦିଲ୍ ଚାହତା ହୈ, ଲଗାନ ଓ ଦଙ୍ଗଲ ଦେଖିଥିଲେ। ଗୌରୀ ଅମିର ଖାନଙ୍କ ପ୍ରଡକ୍ସନରେ କାମ କରୁଛନ୍ତି ଏବେ। ବେଙ୍ଗାଲୁରୁରେ ରହୁଥିବା ଗୌରୀ ଆଗରୁ ବିବାହିତ। ଗୌରୀଙ୍କ ୬ ବର୍ଷର ପୁଅ ଅଛି। ଭୁବନଙ୍କୁ ତାଙ୍କ ଗୌରୀ ମିଳିଯାଇଛି ବୋଲି ଯେତେବେଳେ ସାମ୍ୱାଦିକ ପଚାରିଥିଲେ, ସେତେବେଳେ ଅମିର୍ ହସିଦେଇଥିଲେ। ତେବେ ୬୦ ବର୍ଷ ବୟସରେ ବିବାହ କରିବା ଶୋଭା ଦେବ କି ନାହିଁ ବୋଲି କହିଛନ୍ତି ଅମିର୍। ବୁଧବାର ଗୌରୀଙ୍କୁ ଶାହାରୁଖ ଓ ସଲମାନଙ୍କ ସହ ଭେଟ କରାଇଥିଲେ ଅମିର୍।

Naxatra News is now on Whatsapp
Join and get latest news update delivered to you via whatsapp
Join Now