ଯାତ୍ରା ମଞ୍ଚରେ ରାଜନୈତିକ ପ୍ରଚାରକୁ କେନ୍ଦ୍ର କରି ଥାନାରେ ଏତଲା

ଯାତ୍ରା ମଞ୍ଚରେ ନିର୍ଦ୍ଧିଷ୍ଟ ଏକ ରାଜନୈତିକ ଦଳର ପ୍ରଚାରକୁ ନେଇ ବିରୋଧ। ଯାତ୍ରା ପାର୍ଟି ନାଁ ରେ ଥାନାରେ ଏତଲା। ତେବେ ଅଭିଯୋଗ ଅନୁଯାୟୀ ଭଦ୍ରକ ଜିଲ୍ଲା ଧାମରା ଗଙ୍ଗାମାତା ପଡ଼ିଆରେ ଯାତ୍ରା ସ୍ଵର୍ଣ୍ଣ ମହଲ ନାଟକ ପରିବେଷଣ କରୁଥିବା ବେଳେ ନାଟକ ଆରମ୍ଭରୁ ମେଲୋଡି କାର୍ଯକ୍ରମ ସମୟରେ ‘ଜୟ ନବୀନ’ ଗୀତ ପରିବେଷଣ କରାଯାଇଥିଲା । ତାହା ପୁଣି ଚାନ୍ଦବାଲି ବିଧାୟକଙ୍କ ଉପସ୍ଥିତିରେ। ଯାହାକୁ ନେଇ ବିରୋଧ କରିଥିଲେ କିଛି ଲୋକେ। ଧାମରା ବିଜେପି ମଣ୍ଡଳର ସଭାପତି ତ୍ରିଦିବେଶ ପ୍ରଧାନ, ପ୍ରିୟରଞ୍ଜନ ଜେନା, ଦେବେନ୍ଦ୍ର ନାୟକଙ୍କ ସହିତ ବାବୁଲି ବେହେରା ଓ ଶହ ଶହ ବିଜେପି କର୍ମକର୍ତ୍ତା ଧାମରା ସାମୁଦ୍ରିକ ଥାନାରେ ଯାତ୍ରା ସ୍ବର୍ଣ୍ଣମହଲ ନାମରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଧାମରା ଥାନାଧିକାରୀ କୃଷ୍ଣଚନ୍ଦ୍ର ଜାନି ଯାତ୍ରା ପାର୍ଟି ମ୍ୟାନେଜର ଓ କମିଟି କର୍ମକର୍ତ୍ତାଙ୍କୁ ଡାକି ତାଗିଦ କରିଛନ୍ତି।  କମିଟି ଚାପରେ ଆମେ ଏହା କରିଥିଲୁ କରିବାର ନଥିଲା ବୋଲି କହିଛନ୍ତି ଯାତ୍ରା ପାର୍ଟି ମ୍ୟାନେଜର। 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *