ବର ତିନି ଫୁଟର। ଆଉ କନ୍ୟା ଅଢ଼େଇ ଫୁଟର। ଏଭଳି ଏକ ଯୋଡ଼ିକୁ ନେଇ ସବୁଠି ଚର୍ଚ୍ଚା। ବିଶେଷ କରି ୟୁପି ସରକାରଙ୍କ ପକ୍ଷରୁ ଆୟୋଜିତ ମୁଖ୍ୟମନ୍ତ୍ରୀ ସାମୂହିକ ବିବାହ ଉତ୍ସବରେ ଏଭଳି ଯୋଡ଼ି ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା। କୌସମ୍ୱିରେ ହୋଇଥିବା ସାମୂହିକ ବିବାହ କାର୍ଯ୍ୟକ୍ରମରେ ୩ଶହ ଯୋଡ଼ି ବିବାହ ବନ୍ଧନରେ ବାନ୍ଧିହୋଇଥିଲେ। କିନ୍ତୁ ପ୍ରତାପଗଡ଼ର ଜିତେନ୍ଦ୍ର ଓ ଭରଓ୍ୱାରୀର ହିରାମଣିଙ୍କ ଉପରେ ଥିଲା ସମସ୍ତଙ୍କ ନଜର। ଏମାନଙ୍କ ଉଚ୍ଚତା ଏତେ କମ୍ ଲାଗି ସମସ୍ତଙ୍କ ଫୋକସରେ ଏହି ଯୋଡ଼ି ଥିଲା। ବର ଜିତେନ୍ଦ୍ର ପଟେଲ ମୁମ୍ୱାଇରେ ଫଳ ବେପାର କରନ୍ତି। ଜିତେନ୍ଦ୍ର ମୁମ୍ୱାଇରୁ ଫ୍ଲାଇଟରେ ଆସିଥିଲେ। ଆଉ ଅଢ଼େଇ ଫୁଟ କନ୍ୟା ହିରାମଣିଙ୍କ ସହ ବିବାହ କରିଥିଲେ। ଭଓ୍ୱଁସ ମେହଟା କଲେଜ ପରିସରରେ ହୋଇଥିଲା ଏହି ବିବାହ।

Naxatra News is now on Whatsapp
Join and get latest news update delivered to you via whatsapp
Join Now