କାଲି ଖୋଲିବ ବଦ୍ରିନାଥ ମନ୍ଦିର କବାଟ- ଜାଣନ୍ତୁ ଲଗ୍ନ ସମୟ

କାଲି ଖୋଲିବ ବଦ୍ରିନାଥ ମନ୍ଦିର ଦ୍ୱାର। ସକାଳ ୬ଟା ୪ ମିନିଟରେ ଖୋଲିବାକୁ ଲଗ୍ନ ଧାର୍ଯ୍ୟ ହୋଇଛି। ପ୍ରଥମ ଦିନରେ ୨୫ହଜାରରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଆସିବେ ବୋଲି ଆକଳନ କରିଛି ଜିଲ୍ଲା ପ୍ରଶାସନ। ମନ୍ଦିର କବାଟ ଖୋଲିବା ବେଳେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି। ଚାମୋଲି ଜିଲ୍ଲାପାଳ ସନ୍ଦୀପ ତିଓ୍ୱାରୀ କହିଛନ୍ତି ଯେ, ଶ୍ରଦ୍ଧାଳୁଙ୍କ ନିରାପତ୍ତା ଓ ସୁରକ୍ଷିତ ଦର୍ଶନ ଲାଗି ସବୁ ପ୍ରକାର ବ୍ୟବସ୍ଥା ହୋଇଛି। ମନ୍ଦିର ଖୋଲିବା ଆଗରୁ ଭଗବାନ ବଦ୍ରିନାଥଙ୍କ ବାହନ ଗରୁଡ଼ ଓ ଆଦି ଶଙ୍କରାଚାର୍ଯ୍ୟଙ୍କ ପଟୁଆର ଯୋଶୀମଠକୁ ବାହାରିଗଲେଣି। ସନାତନି ପରମ୍ପରା ଅନୁସାରେ ବଦ୍ରିନାଥଙ୍କ କବାଟ ଖୋଲିବ। ଚାରିଧାମ ଯାତ୍ରାରେ ବଦ୍ରିନାଥ ଧାମ ଅନ୍ତିମ ଧାମ ବୋଲି ବିବେଚନା କରାଯାଏ। ଏଠାକୁ ଦର୍ଶନ କରି ନଆସିଲେ ଚାରି ଧାମ ଯାତ୍ରା ଅଧୁରା ବୋଲି କୁହାଯାଏ। ମେ ୨ ତାରିଖରୁ କେଦାରନାଥ ମନ୍ଦିର ଖୋଲିସାରିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *