ଶତାଧିକ ଲୋକଙ୍କୁ ନେଇ ହେବ ଗଣେଶ ପୂଜା : BMC କମିଶନର

ଭୁବନେଶ୍ୱର:  ଗଣେଷ ପୂଜାକୁ ନେଇ BMC କମିଶନରଙ୍କ ପ୍ରତିକ୍ରିୟା। ଶତାଧିକ ଲୋକଙ୍କୁ ନେଇ ରାଜଧାନୀରେ ହୋଇପାରିବ ପୂଜା। ଏଥର ପରଦା ଆଢୁଆଳରେ ନୁହେଁ ଭକ୍ତ ସିଧାସଳଖ ଦର୍ଶନ କରିପାରିବେ। କୋଭିଡ୍ କଟକଣା ଉଠିଛି କିନ୍ତୁ ମାସ୍କ୍ ଓ ସାନିଟାଇଜର ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି BMC କମିଶନର । ମୂର୍ତ୍ତୀ ବିସର୍ଜନ ପାଇଁ ରାଜଧାନୀର କୁଆଖାଇ ଓ ଦୟାନଦୀ କୂଳରେ ହୋଇଛି ୨ ଟି ଅସ୍ଥାୟୀ ପୋଖରୀ । ସେଥିରେ ଭୁବନେଶ୍ବରର ସମସ୍ତ ମୂର୍ତ୍ତି ବିସର୍ଜନ କରିବାକୁ କମିଶନର ଅପିଲ କରିଛନ୍ତି ।  ଚଳିତ ବର୍ଷ ରାଜଧାନୀରେ 50 ରୁ ଅଧିକ ମଣ୍ଡପରେ ପୂଜା ପାଇବେ ଗଣେଶ । ପୂଜାରେ ବ୍ୟବହାର ହେଉଥିବା ସମସ୍ତ ସାମଗ୍ରୀକୁ ଅସ୍ଥାୟୀ ପୋଖରୀରେ ପକାଇବାକୁ ଅନୁରୋଧ କରିଛନ୍ତି କମିଶନର।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *