କମଳ ହାସନଙ୍କ ‘କନ୍ନଡ ତାମିଲରୁ ଜନ୍ମ ନେଇଛି’ ମତ – ତେଜିଲା ଭାଷା ବିବାଦ

ବିଶିଷ୍ଟ ଅଭିନେତା କମଳ ହାସନ ତାଙ୍କ ଆସନ୍ତା ଚଳଚ୍ଚିତ୍ର Thug Life ର ପ୍ରଚାର ସମୟରେ ଏକ ବିବାଦୀୟ କମେଣ୍ଟ କରିଛନ୍ତି, ଯେଉଁଥିରେ ସେ କହିଛନ୍ତି, “କନ୍ନଡ ତାମିଲ ଭାଷାରୁ ଜନ୍ମ ନେଇଛି।” ଏହି ବକ୍ତବ୍ୟ କନ୍ନଡ ଭାଷା ଓ ସଂସ୍କୃତିକୁ ଅପମାନ ବିବେଚନା କରି ବିଭିନ୍ନ କନ୍ନଡ ସଂଗଠନ ଓ ରାଜନୈତିକ ବ୍ୟକ୍ତିତ୍ୱମାନେ ତୀବ୍ର ପ୍ରତିକ୍ରିୟା ଜଣାଇଛନ୍ତି। ଭାରତୀୟ ଜନତା ପାର୍ଟି (BJP) କର୍ଣ୍ଣାଟକ ରାଜ୍ୟ ଅଧ୍ୟକ୍ଷ ବି.ଏୱାଇ. ବିଜୟେନ୍ଦ୍ର କମଳଙ୍କ ପ୍ରତି କ୍ଷୋଭ ଝାଡ଼ି କହିଛନ୍ତି ଯେ, ଏହା ଏକ ଅସଭ୍ୟ ଓ ଅନାଚାର ମତ ଓ ତାଙ୍କୁ ଜନମାନସ ଆଗରେ କ୍ଷମା ମାଗିବା ଉଚିତ୍। ବହୁ କନ୍ନଡ ଦଳ ଏହି ମତ ଉପରେ ଅସନ୍ତୋଷ ପ୍ରକାଶ କରି Thug Life ଚଳଚ୍ଚିତ୍ରକୁ କର୍ଣ୍ଣାଟକରେ ରିଲିଜ କରିବାକୁ ଅନୁମତି ନଦେବା ନେଇ ହୁଙ୍କାର ଦେଇଛନ୍ତି। ଏହି ବିବାଦ କେବଳ ଭାଷା ସମ୍ବନ୍ଧୀୟ ନୁହେଁ, ଏହା ଦକ୍ଷିଣ ଭାରତର ଭାଷାର ବିଭିନ୍ନତା ଓ ଗରିମାକୁ ନେଇ ଏକ ଗଭୀର ଅନୁଭୂତିର ଅଭିବ୍ୟକ୍ତି ବୋଲି କୁହାଯାଉଛି। କନ୍ନଡ ଭାଷା ତାର ନିଜସ୍ୱ ଐତିହ୍ୟ, ସାହିତ୍ୟ ଓ ସଂସ୍କୃତି ନେଇ ଗର୍ବ ଅନୁଭବ କରେ। ଏହି ପରିସ୍ଥିତିରେ, କମଳଙ୍କ ବକ୍ତବ୍ୟ ଏକ ଅସମ୍ବେଦନଶୀଳ ଓ ଅନବାଞ୍ଛିତ ମତ ବୋଲି ଧରାଯାଇଛି। ଏହି ଘଟଣା ପରେ କମଳ ହାସନ କହିଛନ୍ତି ଯେ ଦକ୍ଷିଣ ଭାରତର ଭାଷା ଗରିମାକୁ ରକ୍ଷା କରିବା ପାଇଁ ଏବଂ ଦୂର ଭାଷା ଶିଖିବା ପୂର୍ବରୁ ପଡୋଶୀ ରାଜ୍ୟର ଭାଷା ଶିଖିବା ଆବଶ୍ୟକ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *