ବ୍ରିଟେନର ଗୁଇନ୍ଦା ଏଜେନ୍ସି M16 ଇତିହାସରେ ପ୍ରଥମ ମହିଳା ମୁଖ୍ୟ

M16 ପ୍ରଥମ ଥର ଏହାର ମୁଖ୍ୟ ଭାବେ ମହିଳା ଅଧିକାରୀଙ୍କୁ ନିଯୁକ୍ତି ଦେଲା। ୧୧୬ ବର୍ଷରେ ଏହା ପ୍ରଥମ। ୧୯୯୯ରୁ ବ୍ଲେଜମେଟ୍ରେଓ୍ୱାଲି ଏହାର ଟେକ୍ ଓ ଇନୋଭେସନ ହେଡ୍ ଭାବେ କାମ କରିଆସୁଥିଲେ। ଆଉ ଏଥର ମୁଖ୍ୟ ଭାବେ ଦାୟିତ୍ୱ ପାଇଛନ୍ତି। ରିଚାର୍ଡ ମୁରଙ୍କ ଜାଗା ନେବେ। ଅଟମନର ୧୮ତମ ମୁଖ୍ୟ ଭାବେ ଦାୟିତ୍ୱ ସମ୍ଭାଳିବେ। ୟୁକେ ଇଣ୍ଟେଲିଜେନ୍ସରେ ଏଭଳି ଗୁରୁଭାର ସମ୍ଭାଳି ଐତିହାସିକ ମାଇଲଷ୍ଟୋନ ଖଞ୍ଜିଲେ। ବ୍ରିଟେନର ଗୁଇନ୍ଦା ଏଜେନ୍ସି M16 ର ମୁଖ୍ୟ ଭାବେ କାମ କରିବେ ବ୍ଲେଜ୍ ମେଟ୍ରେଓ୍ୱାଲି। ସେ ୧୯୯୯ରେ ସିକ୍ରେଟ ଇଣ୍ଟେଲିଜେନ୍ସ ସର୍ଭିସରେ ସାମିଲ୍ ହୋଇଥିଲେ। ନୂଆ ନିଯୁକ୍ତି ପରେ ମେଟ୍ରେଓ୍ୱାଲିଙ୍କ ଲାଗି ସବୁଠୁ ବଡ଼ ଚ୍ୟାଲେଞ୍ଜ ଋଷ, ଚୀନ ଓ ଇରାନ ହେବ ବୋଲି କୁହାଯାଉଛି। ବ୍ରିଟିଶ ପ୍ରଧାନମନ୍ତ୍ରୀ କିର୍ ଷ୍ଚାର୍ମର ତାଙ୍କ ନାଁ ଘୋଷଣା କରିଛନ୍ତି। ୟୁପିର ଗୁଇନ୍ଦା ଏଜେନ୍ସିରେ ସେ ଅଢ଼େଇ ଦଶକ ଧରି କାମ କରିଛନ୍ତି। ଚଳିତ ବର୍ଷ ଶେଷ ଆଡ଼କୁ ଏହି ପଦ ସମ୍ଭାଳିବେ ବ୍ଲେଜ୍। ରିଚାର୍ଡ ମୁର୍ ଏହି ପଦବୀରେ ୨୦୨୦ରୁ ବସିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *