ସିନ୍ଦୂର ପାଇଁ କିଏ କଲା ସଉଦା?

କେଉଁ ପରିସ୍ଥିତିରେ ପାକିସ୍ତାନ ସହ ଯୁଦ୍ଧ ବିରତି ହେଲା। ଦେଶବାସୀଙ୍କୁ ସମ୍ୱୋଧନ ବେଳେ ଏହାର ବିସ୍ତୃତ ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି। କିନ୍ତୁ ଦେଶବାସୀଙ୍କୁ ସମ୍ୱୋଧନର କିଛି ସମୟ ଆଗରୁ ଅଚାନକ ଆମେରିକା ରାଷ୍ଟ୍ରପତିଙ୍କ ବୟାନ ଭାରତରେ ହଇଚଇ ଖେଳାଇଦେଇଥିଲା। ଟ୍ରମ୍ପ୍ କହିଥିଲେ, ସେ ହିଁ ଭାରତ-ପାକିସ୍ତାନ ଭିତରେ ହେବାକୁ ଥିବା ପରମାଣୁ ଯୁଦ୍ଧ ଅଟକାଇଦେଲେ। ଏକ ବିପଜ୍ଜନକ ସଂଘର୍ଷକୁ ସେ ଏଡ଼ାଇପାରିଲେ। ଲକ୍ଷାଧିକ ଲୋକ ମରିଥାଆନ୍ତେ। ଉଭୟ ରାଷ୍ଟ୍ର ଅସ୍ତ୍ରବିରତି କରିନଥିଲେ, ଆମେରିକା ସେମାନଙ୍କ ସହ କୌଣସି ପ୍ରକାର ବାଣିଜ୍ୟ କରିବନି ବୋଲି ମନା କରିଥିଲା। ତେବେ ଟ୍ରମ୍ଫଙ୍କ ଏଭଳି ବଡ଼ ଦାବି ଓ ଦେଶବାସୀଙ୍କୁ ସମ୍ୱୋଧନ ବେଳେ ମୋଦି ଏ ଦିଗରେ କୌଣସି ସ୍ପଷ୍ଟତା ରଖିନଥିବାରୁ ପ୍ରଶ୍ନ କରିଛନ୍ତି ବିରୋଧୀ। କାହା ଚାପରେ ଯୁଦ୍ଧ ବନ୍ଦ ହେଲା। ପାକିସ୍ତାନ ଆତଙ୍କବାଦୀଙ୍କ ଦେଶ। ଯାହା ବିରୁଦ୍ଧରେ ସେନା ଲଢ଼େଇରେ ଭାରତ ଏକଜୁଟ୍ ହୋଇ ଛିଡ଼ା ହୋଇଥିଲା। ଅଚାନକ କେମିତି ଯୁଦ୍ଧରେ ବିରାମ ଲାଗିଗଲା। ଯଦି ପ୍ରଧାନମନ୍ତ୍ରୀଙ୍କ କଥା ସତ କି ପାକିସ୍ତାନ ହାତ ଯୋଡ଼ି ଅନୁନୟ ହୋଇଥିଲା ଯୁଦ୍ଧ ବନ୍ଦ ଲାଗି। ତା ହେଲେ ୧୯୭୧ ଭଳି ଲିଖିତ ବୁଝାମଣା ହେଲାନି କାହିଁକି। ଏଭଳି ଯୁଦ୍ଧ ବନ୍ଦ ପରେ ପହଲଗାଁଓ ଆତଙ୍କି ଆକ୍ରମଣରେ ପୀଡ଼ିତ ଓ ଦେଶବାସୀଙ୍କୁ ନ୍ୟାୟ କେମିତି ମିଳିବ ବୋଲି ପଚାରିଛନ୍ତି ବିରୋଧୀ। ଯୁଦ୍ଧ ବିରତି ବାବଦରେ ଭାରତ ଘୋଷଣା କରିବା ଆଗରୁ ଆମେରିକା ରାଷ୍ଟ୍ରପତି କେମିତି ଘୋଷଣା କଲେ। ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ସମ୍ୱୋଧନ ଆଗରୁ ଟ୍ରମ୍ପ କେମିତି ଧମକ ଦେଇ କହିଲେ ଯେ, ଯୁଦ୍ଧ ବନ୍ଦ କରିନଥିଲେ ବ୍ୟବସାୟ ବନ୍ଦ କରିଦେଇଥାଆନ୍ତି। ଏ ସବୁର ଜବାବ ପ୍ରଧାନମନ୍ତ୍ରୀ ଦିଅନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ ଦଳ। ଟ୍ରମ୍ପଙ୍କ ବକ୍ତବ୍ୟ ସମସ୍ତଙ୍କୁ ବ୍ୟଥିତ କରିଛି। ଭାରତୀୟ ସଂସ୍କୃତିରେ ସିନ୍ଦୂର ସହ କୌଣସିମତେ ସଉଦା ସମ୍ଭବ ନୁହେଁ। ଟ୍ରମ୍ପ କିନ୍ତୁ ବେପାରକୁ ଅସ୍ତ୍ର କରି ଭାରତରୁ ଅପରେସନ ସିନ୍ଦୂର ଛଡ଼ାଇନେଲେ। ଏ ବାବଦରେ ମୋଦି ପଦେ କହିଲେନି । ଦେଶ ଆଗ, ବେପାର ପଛ। ପାକିସ୍ତାନ ସହ ଏକାସାଙ୍ଗରେ ଆତଙ୍କବାଦ ଓ କଥାବାର୍ତ୍ତା ହୋଇପାରିବନି। ପାଣି ଓ ରକ୍ତ ଏକାସାଙ୍ଗରେ ପ୍ରବାହ ହୋଇପାରିବନି ବୋଲି କଡ଼ା ବାର୍ତ୍ତା ଦେଇଥିଲେ ମୋଦି। ପାକିସ୍ତାନ ସହ ଯଦି ଭାରତ କଥା ହେବ। ତା ହେଲେ ଆତଙ୍କବାଦ ଓ ପିଓକେକୁ ଛାଡ଼ିଦେଲେ ଆଉ କୌଣସି କଥା ହେବନି। ସେପଟେ ସିନ୍ଧୁ ଜଳ ଚୁକ୍ତି ନିଲମ୍ୱନ ବାବଦରେ ଭାରତ ସରକାର ଏବେ କାଏମ ରହିଥିବା ସନ୍ଦର୍ଭରେ ପାକିସ୍ତାନ ବିଦେଶ ମନ୍ତ୍ରୀ ଇସାକ୍ ଦାର୍ ଧମକ ଦେଇଛନ୍ତି। ଯଦି ପାଣି ବିବାଦ ତୁଟିବନି, ତା ହେଲେ ଆକ୍ଟ ଅଫ ଓ୍ୱାର୍ ବୋଲି ବିବେଚନା କରି ପାକିସ୍ତାନ ଆକ୍ସନ ନେବ ବୋଲି ଚେତାଇ ଦେଇଛନ୍ତି ଇସାକ୍। ଦେଶବାସୀଙ୍କୁ ମୋଦି ସମ୍ୱୋଧନ ଆଗରୁ କଅଣ କହିଥିଲେ ଟ୍ରମ୍ପ୍, ନଜର ପକାଇଦିଅନ୍ତୁ। ଭାରତ ବି ଯୁଦ୍ଧ ଚାହେଁନା। କିନ୍ତୁ ସମାନ୍ତରାଳ ଭାବେ ଆତଙ୍କବାଦ ବି ନୁହେଁ। ଶାନ୍ତି ଚାହେଁ। କିନ୍ତୁ ଶାନ୍ତିର ମାର୍ଗ ବି ଶକ୍ତି ଜରିଆରେ ହୁଏ। ସେପଟେ ପୂର୍ବତନ ଆର୍ମି ମୁଖ୍ୟ ଜେନେରାଲ ମନୋଜ ନରଭଣେ କହିଛନ୍ତି, ଯୁଦ୍ଧ କି ହିଂସା କଦାପି ଶେଷ ବିକଳ୍ପ ନୁହେଁ। ମିଲିଟାରୀ ମ୍ୟାନ୍ ହିସାବରେ ଆଗ ଡାଇଲଗ ପ୍ରାଥମିକତା, ପରେ ଯୁଦ୍ଧ। ଯୁଦ୍ଧ ବଲିଉଡର ରୋମାଣ୍ଟିକ ମୁଭି ନୁହେଁ। ଏହା ଏକ ଗମ୍ଭୀର ବ୍ୟାପାର। ବିଜେପି ବି ବିରୋଧୀଙ୍କୁ କଡ଼ା କାଉଣ୍ଟର କରିଛି। ଆତଙ୍କବାଦ ବିରୁଦ୍ଧରେ ଯୁଦ୍ଧ ବନ୍ଦ ହେବାର ପ୍ରଶ୍ନ ଉଠୁନି ବୋଲି ମୋଦି ସ୍ପଷ୍ଟ କରିସାରିଛନ୍ତି। କୌଣସି ତୃତୀୟ ପକ୍ଷର ଆବଶ୍ୟକତା ନାହିଁ ଭାରତକୁ।ଆତଙ୍କବାଦକୁ ମୂଳପୋଛ କରିବାକୁ ପଣ କରିଥିବା ଭାରତ ଜମ୍ମୁକଶ୍ମୀରର ସୋଫିଆନରେ ସର୍ଚ୍ଚ ଓ କମ୍ୱିଂ ଅପେରସନ ଜାରି ରଖି କିଛି ଆତଙ୍କବାଦୀଙ୍କୁ ନିପାତ କରିଛି ଆଜି। ସୁକ୍ରୁ କେଲାର ଏରିଆରେ ସେନା ଏନକାଉଣ୍ଟର କରିଛି ୩ ଆତଙ୍କବାଦୀଙ୍କୁ।

 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *